ନବରଙ୍ଗପୁର ଗସ୍ତରେ 5T ସଚିବ

ଭୁବନେଶ୍ୱର,୧୮/୦୩: ଦୁଇ ଦିନିଆ ନବରଙ୍ଗପୁର ଗସ୍ତରେ ଯାଇଛନ୍ତି ଫାଇଭ ଟି ସଚିବ ଭି.କେ ପାଣ୍ଡିଆନ୍ । ଦ୍ୱିତୀୟ ଦିନରେ ପ୍ରଥମେ ସେ ସଦର ବ୍ଲକ ଅନ୍ତଗର୍ତ ମାଣ୍ଡା ଡଙ୍ଗରି ସ୍ଥିତ ଶୈବ ପୀଠକୁ ଯାଇ ଠାକୁରଙ୍କ ଦର୍ଶନ କରଥିଲେ । ଏଥିସହ ମନ୍ଦିର ଉନ୍ନତି ପାଇଁ ପ୍ରତିଶୃତି ଦେଇଥିଲେ । ଏହାପରେ ପାପଡାହାଣ୍ଡି ବ୍ଲକ ଜଟାବାଲ ହାଇସ୍କୁଲ ଯାଇ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରି ପାଠ ବିଷୟରେ ପଚାରି ବୁଝିଥିଲେ । ବିଦ୍ୟାଳୟ ପରିଦର୍ଶନ କରିବା ସହ ଏହାର ଭିର୍ତିଭୁମି ବିକାଶ ନେଇ ପ୍ରତିଶୃତି ଦେଇଥିଲେ ।

ଏହାପରେ ଉମରକୋଟ ବ୍ଲକର ଐତିହାସିକ ପୀଠ ପୋଡ଼ାଗଡ଼ ପର୍ଯ୍ୟଟନସ୍ଥଳୀର, ଉମରକୋଟର ନବନିର୍ମିତ ଇଣ୍ଡୋର ଷ୍ଟାଡିୟମ ପରିଦର୍ଶନ କରିବା ପରେ ଉମରକୋଟର ଆର୍‌ଏମ୍‌ସି ୟାର୍ଡ, ଉମରକୋଟ ବ୍ଲକ ପୂଜାରୀଗୁଡାର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ଉମରକୋଟର ଜାମରୁଣ୍ଡା 5-T ହାଇସ୍କୁଲ, ଉମରକୋଟର ଆହାର କେନ୍ଦ୍ର, ଝରିଗାଁର ସତୀଘାଟ ଓ ଚନ୍ଦାହାଣ୍ଡି ବ୍ଲକ ମାଲଗାଁରେ ପ୍ରସ୍ତାବିତ ତେଲ ସମନ୍ୱିତ ଜଳ ଓ ବିଦ୍ୟୁତ ପ୍ରକଳ୍ପ ଅଞ୍ଚଳ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ଥିବା ସୂଚନା ମିଳିଛି ।