୫ ଦିନ ବଢ଼ିଲା ମନୀଷ ସିସୋଦିଆଙ୍କ ଇଡି ରିମାଣ୍ଡ

ନୂଆଦିଲ୍ଲୀ,୧୭/୩: ବଢ଼ିବାରେ ଲାଗିଛି ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ପାଇଁ ଅଡୁଆ। ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ  ଇଡି ତରଫରୁ ସିସୋଦିଆଙ୍କୁ ଆଜି କୋର୍ଟରେ ହାଜର କରାଯାଇ ପୁଣି ୭ଦିନ ରିମାଣ୍ଡ ମାଗିଥିଲା । ହେଲେ କୋର୍ଟ ଏହି ମାମଲାରେ ସିସୋଦିଆଙ୍କ ଇଡି ରିମାଣ୍ଡକୁ ୫ଦିନ ବଢାଇ ଦେଇଛନ୍ତି । ଏବେ ସିସୋଦିଆଙ୍କୁ ଇଡି ପୁଣି ମାର୍ଚ୍ଚ ୨୨ ତାରିଖରେ କୋର୍ଟରେ ହାଜର କରିବ । ସେପଟେ ସିସୋଦିଆଙ୍କ ଓକିଲ କୋର୍ଟକୁ କହିଛନ୍ତି କି ଜେରା ନାମରେ ଇଡି ସିସୋଦିଆଙ୍କୁ କେବଳ ଏଠି ସେଠି ବସାଉଛି ଓ ଗତ ୭ଦିନ ମଧ୍ୟରେ କେବଳ ୧୧ ଘଣ୍ଟା ପଚରା ଉଚରା କରିଛି ।