ଆଫ୍ରିକାରେ ପ୍ରକୃତିର ତାଣ୍ଡବ ଲୀଳା, ୩୨୬ ମୃତ

ନୂଆଦିଲ୍ଲୀ, ୧୭/୩: ଆଫ୍ରିକାର ମଲାୱି ପ୍ରଦେଶରେ ଏବେ ପ୍ରକୃତି ତାଣ୍ଡବ ଲୀଳା ରଚିଛି । ପ୍ରବଳ ଝଡ ସାଙ୍ଗକୁ ବନ୍ୟା ଯୋଗୁଁ ୩୦୦ରୁ ଅଧିକ ଲୋକେ ପ୍ରାଣ ହରାଇସାରିଲେଣି । ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଉଦ୍ଧାର କରାଯିବା ସହ ସେମାନଙ୍କୁ ଅତ୍ୟାବ୍ୟାକ ସାମଗ୍ରୀ ଯୋଗାଇଦେବାରେ ଏଠିକାର ସରକାର ଲାଗିପଡିଛନ୍ତି । ମଲାୱିରେ ଝଡ ‘ଫ୍ରେଡି’ ବ୍ୟାପକ କ୍ଷତି ଘଟାଇଛି । ସରକାରୀ ଆକଳନ ଅନୁସାରେ ୩୨୬ଜଣଙ୍କ ମୃତ୍ୟୁ ହୋଇସାରିଛି । ଏବଂ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି । ଏପରି ପ୍ରାକୃତିକ ବିପଦ ସମୟରେ ଦୈନନ୍ଦିନ ଜୀବନର ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ନାହିଁନଥିବା ସମସ୍ୟା ଭୋଗୁଛନ୍ତି । ସୂଚନା ମୁତାବକ, ମଲାୱିର ଅଧିକାଂଶ ସ୍ଥାନ ପାହାଡିଆ ହୋଇଥିବାରୁ ଏଠାରେ ଏକ ପ୍ରକାର ବାଦଲଫଟା ବର୍ଷା ସାଙ୍ଗକୁ ଭୀଷଣ ଝଡ କାଳ ହୋଇଛି । ପାହାଡରୁ ଦ୍ରୁତ ବେଗରେ ଆସୁଥିବା ପାଣିରେ ଅନେକଙ୍କ ଘର ଭାସିଯାଇଛି । ଅଧିକାଂଶ ଘର ପାହାଡରୁ ବହି ଆସିଥିବା ମାଟିରେ ପୋତି ହୋଇଯାଇଛି । ଅନେକ ସ୍ଥାନରେ ରାସ୍ତାଗୁଡିକ ଗୁଡିକ ନିଶ୍ଚିହ୍ନ ହୋଇଥିବାରୁ ଗମନାଗମନ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଛି । ଝଡର ଅଧିକ ପ୍ରଭାବ ବ୍ଲେଟାୟର ସହର ଉପରେ ପଡିଛି ।