ସ୍ମାର୍ଟସିଟି ଅନଲାଇନ ଅଟୋ ଚାଳକ ସଂଘ ଆନ୍ଦୋଳନ ପ୍ରତ୍ୟାହାର

ଭୁବନେଶ୍ୱର,୧୬/୩: ସ୍ମାର୍ଟସିଟି ଅନଲାଇନ ଅଟୋ ଚାଳକ ସଂଘ ଆନ୍ଦୋଳନ ପ୍ରତ୍ୟାହାର କରିଥିବା ଜଣାଯାଇଛି। ଡ଼୍ରାଇଭର ଏକତା ମହାମଞ୍ଚ ବିରୋଧରେ ଆନ୍ଦୋଳନକୁ ଓହ୍ଲାଇଥିଲେ। ଡ଼ିଜି ଓ ସିପିଙ୍କ ଭେଟି ଆଲୋଚନା କରିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ କରାଗଲା। ଗତକାଲିର ଆନ୍ଦୋଳନରେ ହାତରେ ସ୍ଲେଟ ଧରାଇ ଫଟୋ ଉଠାଇବା ଅପମାନିତ ଭଳି ଓ ମୌଳିକ ଅଧିକାର କ୍ଷୁର୍ଣ୍ଣ ହୋଇଥିବା ଅଭିଯୋଗ କରିଥିଲା ସ୍ମାର୍ଟ ସିଟି ଅନ ଲାଇନ ଅଟୋ ଗ୍ରୁପ। ଆଜି ଡ଼ିଜିଙ୍କ ଠାରୁ ସୁରକ୍ଷାକୁ ନେଇ ପ୍ରତିଶ୍ରୁତି ଓ ତା ସହ ଅପମାନିତ କରିଥିବା ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବାର ପ୍ରତିଶୃତି ଦିଆଯାଇଥିଲା। ଏହାପରେ ସେମାନେ ସ୍ଵାଭାବିକ ଭାବରେ ସହରରେ ଗାଡ଼ି ଚଳାଇବାକୁ ଆଶ୍ଵସ୍ତି ପାଇବା ପରେ ଆନ୍ଦୋଳନ ପ୍ରତ୍ୟାହାର କରିଛନ୍ତି।