୭.୦ ତୀବ୍ରତା ସହ ଭୂମିକମ୍ପରେ ଥରିଲା ନ୍ୟୁଜିଲାଣ୍ଡ

ନୂଆଦିଲ୍ଲୀ,୧୬/୩:  ଭୂମିକମ୍ପରେ ଥରିଲା ନ୍ୟୁଜିଲାଣ୍ଡ । ପ୍ରଶାନ୍ତ ମହାସାଗରରେ ନ୍ୟୁଜିଲାଣ୍ଡର ଉତ୍ତରରେ ଥିବା କେର୍ମାଡେକ୍ ଦ୍ୱୀପପୁଞ୍ଜ ନିକଟରେ ୭.୦ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ କେନ୍ଦ୍ରଭୂତ ହୋଇଛି। ଏହାପରେ ସମୁଦ୍ରରେ ବଡ ଧରଣର ଲହରୀ ଉଠୁଥିବାରୁ ଉପକୂଳ ଅଞ୍ଚଳରେ ସୁନାମୀ ଆଲର୍ଟ ଜାରୀ ହୋଇଛି । ଗୁରୁବାର ସ୍ଥାନୀୟ ସମୟ ଅପରାହ୍ନ ୧ଟା ୫୬ମିନିଟରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହାର କିଛି ସମୟ ପରେ କେର୍ମାଡେକ୍ ଦ୍ୱୀପପୁଞ୍ଜ, ଫିଜି, ନ୍ୟୁଜିଲାଣ୍ଡ ଏବଂ ଟଙ୍ଗା ପାଇଁ ସୁନାମୀ ସତର୍କ ସୂଚନା ଜାରି କରାଯାଇଛି ।