ଏଚ୍୩ଏନ୨ ଭାଇରସ, ମହାରାଷ୍ଟ୍ରରେ ସର୍ବଧିକ ମାମଲା ଚିହ୍ନଟ

ନୂଆଦିଲ୍ଲୀ,୧୫/୩: କରୋନା ପରେ ଏବେ ଚିନ୍ତାର ବିଷୟ ପାଲଟିଛି ଏଚ୍୩ଏନ୨ ଭାଇରସ  । ଏହି ନୂଆ ଭାଇରସ୍ କାରଣରୁ ଏବେଯାଏଁ ୯ଜଣଙ୍କ ଜୀବନ ଚାଲିଗଲାଣି । ସାରା ଦେଶରେ ଏହି ଭୂତାଣୁକୁ ନେଇ ଚିନ୍ତା ବଢୁଥିବା ବେଳେ ମହାରାଷ୍ଟ୍ରରୁ ସର୍ବଧିକ ମାମଲା ସାମ୍ନାକୁ ଆସିଛି । ମହାରାଷ୍ଟ୍ରର ସ୍ୱାସ୍ଥ୍ୟମନ୍ତ୍ରୀ ଦେଇଥିବା ସୂଚନା ଅନୁସାରେ, ଏବେ ଯାଏଁ ରାଜ୍ୟରେ ପାଖାପାଖି ୩୫୨ଟି ମାମଲା ସାମ୍ନାକୁ ଆସିଛି । ଅନ୍ୟପଟେ ପଡୁଚେରୀରେ ଭୂତାଣୁ ଆତଙ୍କରେ ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରିଦିଆଯାଇଛି । ଆସନ୍ତା ୧୬ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରଖିବାକୁ ଘୋଷଣା କରାଯାଇଛି ।