ଧାନ କିଣିବା ପାଇଁ ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ସମବାୟ ସମ୍ପାଦକ

ଭୁବନେଶ୍ୱର୧୪/୩: ଭିଜିଲାନ୍ସ ଜାଲରେ ପଡିଛନ୍ତି ସମବାୟ ସମ୍ପାଦକ ତପନ ନାୟକ। ଚାଷୀଙ୍କ ଧାନ କିଣିବା ପାଇଁ ଲାଞ୍ଚ ନେଇ ଧରାପଡ଼ିଛନ୍ତି । ଏହିଭଳି ଘଟଣା ପରେ ଭଦ୍ରକ ଜିଲ୍ଲା ଚଣ୍ଡୀଗାଁ ସେବା ସମବାୟ ସମିତିର ସମ୍ପାଦକ ତପନ ନାୟକଙ୍କୁ ଧରିଛି ଭିଡିଲାନ୍ସ । ଚଣ୍ଡୀଗାଁ ଚାଷୀ ଶ୍ରୀଧର ସାମଲ ୨୪୦ କ୍ୱିଂଟାଲ ଧାନ ବିକ୍ରି ପାଇଁ ଟୋକନ୍ ପାଇଥିଲେ । କିନ୍ତୁ ଆଇ ସ୍କାନ ପାଇଁ ସମବାୟ ସମିତିକୁ ଦୌଡି ଦୌଡି ନୟାନ୍ତ ହେବା ପରେ ସମ୍ପାଦକ ତପନ ନାୟକଙ୍କୁ ଭେଟିଥିଲେ । ପ୍ରଥମେ ସମ୍ପାଦକ ୯ହଜାର ୬ ଶହ ଟଙ୍କା ମାଗିଥିଲେ । ଏହା ଜାଣିବା ପରେ ଶ୍ରୀଧର ଭିଜିଲାନ୍ସ ବିଭାଗକୁ ଯୋଗାଯୋଗ କରିଥିଲେ । ଆଜି ସନ୍ଧ୍ୟାବେଳେ ସମ୍ପାଦକକୁ ତାଙ୍କ ଘର ସମ୍ମୁଖରେ ଟଙ୍କା ଦେବାକୁ ଜଗିଥିବାବେଳେ ଭିଜିଲାନ୍ସର ୭ ଜଣିଆ ଟିମ ତପନଙ୍କୁ ମାଡିବସିଥିଲା । ଟଙ୍କା ବି ଜବତ ହୋଇଛି । ଆଉ ସମବାୟ ସମ୍ପାଦକଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ ।