ଚଳିତଥର ମାଟ୍ରିକ ପରୀକ୍ଷାରେ ଅନୁପସ୍ଥିତ ରହିଛନ୍ତି ୧୮ ହଜାରରୁ ଅଧିକ ପରୀକ୍ଷାର୍ଥୀ

ଭୁବନେଶ୍ୱର,୧୩/୩: ଚଳିତଥର ମାଟ୍ରିକ ପରୀକ୍ଷା ପାଇଁ ୫ ଲକ୍ଷ ୪୧ ହଜାର ୨୪୭ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି । କିନ୍ତୁ ଦୁଇଟି ପରୀକ୍ଷାରେ ଏଯାବତ ୧୮ ହଜାରରୁ ଅଧିକ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଛନ୍ତି । ବିଭିନ୍ନ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ କଟକ ଜିଲ୍ଲାରେ ୪୨୦ ଜଣ, କେନ୍ଦ୍ରାପଡ଼ା ୪୨୫ ଜଣ, ଜଗତସିଂହପୁରରେ ୨୩୫ ଜଣ, ଖୋର୍ଦ୍ଧାରେ ୪୯୪ ଜଣ, କୋରାପୁଟରେ ୬୮୬ ଜଣ, ଯାଜପୁରରେ ୭୫୫, ଭଦ୍ରକରେ ୫୦ ଜଣ ପ୍ରଥମ ଦିନ ପରୀକ୍ଷାରେ ଅନୁପସ୍ଥିତ ଥିଲେ ।ସେହିଭଳି ବାଲେଶ୍ୱରରେ ୧୧୫୮, ବଲାଙ୍ଗୀରରେ ୧୧୯୯ ଜଣ, କଳାହାଣ୍ଡିରେ ୭୬୬ ଜଣ, ଦେବଗଡ଼ରେ ୯୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଆସି ନଥିଲେ । ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।