RRR ଫିଲ୍ମର ‘ନାଟୁ ନାଟୁ’ ଗୀତ ଓ ‘ଦ ଏଲିଫ୍ୟାଣ୍ଟ ହ୍ୱିସପରର୍ସ’କୁ ଓସ୍କାର ଆୱାର୍ଡ

ନୂଆଦିଲ୍ଲୀ,୧୩/୩: ଓସ୍କାଲ ଆୱାର୍ଡ ୨୦୨୩ରେ କମାଲ କରିଛି ଭାରତୀୟ ଫିଲ୍ମ । ୯୫ ତମ ଓସ୍କାର ଆୱାର୍ଡରେ ଦୁଇ ଦୁଇଟି ବିଭାଗରେ ଭାରତୀୟ ଫିଲ୍ମ ବାଜିମାରି ନେଇଛି । ବହୁ ଚର୍ଚ୍ଚିତ ଫିଲ୍ମ ‘ଆରଆରଆର’ର ଗୀତ ନାଟୁ ନାଟୁ ଓସ୍କାର ପୁରସ୍କାର ପାଇଛି । ବେଷ୍ଟ ଅରଜିନାଲ ସଙ୍ଗ କ୍ୟାଟାଗୋରୀରେ ନାଟୁ ନାଟୁ ଗୀତ ଓସ୍କାର ପୁରସ୍କାର ବିଜୟୀ ହୋଇଛି । ଦକ୍ଷିଣ ଭାରତର ପ୍ରସିଦ୍ଧ ଅଭିନେତା ରାମଚରଣ ତେଜା ଓ ଜୁନିୟର ଏନଟିଆର ଅଭିନୟ କରିଛନ୍ତି । ନିର୍ଦ୍ଦେଶକ ରାଜାମୌଲିଙ୍କ ଫିଲ୍ମ ଆରଆରଆରକୁ ବେଷ୍ଟ ଅରଜିନାଲ ସଙ୍ଗ କାଟାଗୋରୀରେ ମନୋନୀତ କରାଯାଇଥିଲା । ଏହି ଗୀତର ସଙ୍ଗୀତ ନିର୍ଦ୍ଦେଶକ ଏମଏମ କରୀମ ହୋଇଥିବା ବେଳେ କୋରିଓଗ୍ରାଫର ଥିଲେ ପ୍ରେମ ରକ୍ଷିତ । ଗୀତ ରଚନା କରିଛନ୍ତି ରିୟା ମୁଖାର୍ଜୀ ଓ ଗୀତଟିକୁ ଗାଇଛନ୍ତି ବିଶାଳ ମିଶ୍ର ଓ ରାହୁଲ ଶିପଲିଗୁଞ୍ଜ । ସେପଟେ କ୍ଷୁଦ୍ର ପ୍ରାମାଣିକ ଚଳଚ୍ଚିତ୍ର ବର୍ଗରେ ଭାରତୀୟ ଫିଲ୍ମ ଦ ଏଲିଂଫାଟ ହ୍ୱିସପରର୍ସ ଓସ୍କାର ବିଜୟୀ ହୋଇଛି । ପ୍ରଡ୍ୟୁସର ଗୁନୀତ ମୁଙ୍ଗାଙ୍କ ଏହି ଫିଲ୍ମକୁ ଦର୍ଶକ ବେଶ ପ୍ରଶଂସା କରିଛନ୍ତି ।