ଓଡ଼ିଶାରେ ଏଚ୍୩ଏନ୍୨ ସଂକ୍ରମିତ ଚିହ୍ନଟ ହେବା ପରେ ସତର୍କ ହେଲା ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର,୧୨/୩: ଓଡ଼ିଶାରେ ଏଚ୍୩ଏନ୍୨ ସଂକ୍ରମିତ ଚିହ୍ନଟ ହେବା ପରେ ସତର୍କ ହୋଇଛି ସ୍ୱାସ୍ଥ୍ୟ ବିଭାଗ । ମାସ୍କ ପିନ୍ଧିବା, ଛିଙ୍କିବା ବେଳେ ରୁମାଲ ବ୍ୟବହାର କରିବା ଓ ପ୍ରଚୁର ପରିମାଣର ପାଣି ପିଇବା ପାଇଁ ପରାମର୍ଶ ଦିଆଯାଇଛି । କୋଭିଡ୍ ଭଳି ଇନଫ୍ଲୁଏଞ୍ଜା ସଂକ୍ରମଣ ନେଇ ଗାଇଡଲାଇନ୍ ପାଳନ କରିବା ପାଇଁ ପରାମର୍ଶ ଦିଆଯାଇଛି । ତେବେ ରାଜ୍ୟରେ ୫୯ ଜଣ ଏଚ୍୩ଏନ୍୨ ଆକ୍ରାନ୍ତ ଚିହ୍ନଟ ହେବା ପରେ ସତର୍କ ହୋଇଛି । ଥଣ୍ଡା, କାଶ ଓ ଜ୍ୱରରେ ଅନେକ ଆକ୍ରାନ୍ତ ହୋଇଥିବା ବେଳେ ଏହା ଉପରେ କିପରି ବ୍ରେକ ଲାଗିବ ଏନେଇ ଚିନ୍ତା ବଢ଼ିଛି ।