ଏଚ୩ଏନ୨ ଭାଇରସକୁ ନେଇ ରାଜ୍ୟ ମାନଙ୍କୁ କେନ୍ଦ୍ରର ଚିଠି

ନୂଆଦିଲ୍ଲୀ,୧୧/୩: ଚିନ୍ତା ବଢ଼ାଉଛି ‘ଏଚ୍୩ଏନ୍୨’ ଭୂତାଣୁ । କରୋନା ପରେ ମାଡ଼ି ଚାଲିଛି ଏହି ଭୂତାଣୁ । ବଢ଼ି ଚାଲିଛି ଥଣ୍ଡା, ଜ୍ୱର ଓ କାଶ ଆକ୍ରାନ୍ତଙ୍କ ସଂଖ୍ୟା । । ବିଭିନ୍ନ ରାଜ୍ୟରେ ‘ଇନ୍ଫ୍ଲ୍ୟୁଏଞ୍ଜା-ଏ’ର ଉପ-ପ୍ରଜାତି ‘ଏଚ୍୩ଏନ୍୨’ ଭୂତାଣୁ ଦ୍ୱାରା ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଆଗକୁ ଏହା ଆହୁରି ଅଧିକ ସଂକ୍ରାମକ ହେବ ବୋଲି ଆଶଙ୍କା କରାଯାଉଛି । ଆଉ ଏସବୁ ଭିତରେ ଏହି ଭୂତାଣୁରେ ଦେଶରେ ୨ଜଣଙ୍କର ମୃତ୍ୟୁ ହେବା ଖବର ଭୟକୁ ଆହୁରି ବଢ଼ାଇ ଦେଇଛି । ଗତ ୨/୩ମାସ ହେବ ଓଡ଼ିଶାରେ ଥଣ୍ଡା, ଜ୍ୱରରେ ପୀଡ଼ିତ ରୋଗୀଙ୍କ ସଂଖ୍ୟା ବଢ଼ିଥିବା ନଜରକୁ ଆସିଛି । ସେପଟେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ସବୁ ରାଜ୍ୟକୁ ଚିଠି ଲେଖି ସର୍ତକ କରାଇବା ସହିତ ଗାଇଡ଼ଲାଇନ ଜାରି କରିଛନ୍ତି । ଏହି ଭୂତାଣୁକୁ ମୁକାବିଲା କରିବା ପାଇଁ କୋଭିଡ ବିରୋଧୀ ୫ ସ୍ୱତ୍ରୀ କାର୍ଯ୍ୟକ୍ରମ ଚାଲୁ ରଖିବାକୁ କୁହାଯାଇଛି । ଟେଷ୍ଟ, ଟ୍ରାକ, ଟ୍ରିଟମେଂଟ ଓ ଟିକାକରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ହସ୍ପିଟାଲଗୁଡ଼ିକ ପ୍ରସ୍ତୁତି ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମାସ୍କ ପିନ୍ଧିବା ପାଇଁ କୁହାଯାଇଛି । ମେଡିକାଲ ବେଡ୍ ଓ ଅକ୍ସିଜେନ୍ ସିଲିଣ୍ଡର ରଖିବାକୁ କୁହାଯାଇଛି ।