ପାରାଦୀପ- କୋଣାର୍କ ମଝି ସମୁଦ୍ରରେ ସନ୍ଦିଗ୍ଧ ପାରା ଉଦ୍ଧାର, ଗୋଡରେ ଲାଗିଛି କ୍ୟାମେରା ଓ ଚିପ୍

ଭୁବନେଶ୍ୱର,୮/୩: ପାରାଦୀପ- କୋଣାର୍କ ମଝି ସମୁଦ୍ରରେ ଏକ ଟ୍ରଲରରୁ ସନ୍ଦିଗ୍ଧ ପାରାକୁ ଉଦ୍ଧାର କରିଛନ୍ତି ମତ୍ସ୍ୟଜୀବୀ । ଏହି ପାରା ଗୋଡରେ ଲାଗିଛି କ୍ୟାମେରା ଓ ଚିପ୍ । ପାରା ଡେଣାରେ ବିଦେଶୀ ଭାଷାରେ କିଛି ଲେଖାଯାଇଛି । ସମ୍ପୃକ୍ତ ଭାଷାକୁ ପଢିବା ସମ୍ଭବ ହୋଇନଥିଲାବେଳେ ଏହାର ପରୀକ୍ଷା କରାଯିବ ବୋଲି କହିଛନ୍ତି ଜଗତସିଂହପୁର ଏସ. ପି । କୋଣାର୍କ ନିକଟରେ ଯାଉଥିବା ଏକ ଟ୍ରଲର ମାଛ ଧରୁଥିବାବେଳେ ଟ୍ରଲରରେ ବସିପଡିଥିଲା ଏହି ପାରା । ମତ୍ସ୍ୟଜୀବୀ ପାରାଟିକୁ ଉଦ୍ଧାର କରି ମେରାଇନ ଥାନାକୁ ହସ୍ତାନ୍ତର କରିଛନ୍ତି ମତ୍ସଜୀବୀ । ପାରାଟି ଗୋଡରେ କ୍ୟାମେରା ଓ ଢେଣାରେ ବିଦେଶୀ ଭାଷା ଲେଖାଯାଇଥିବାରୁ ଏହା ଗୁପ୍ତଚର ପାରା ବୋଲି ଆଶଙ୍କା କରାଯାଉଛି ।