ନୂତନ ବର୍ଷର ଅଭିନନ୍ଦନ ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ, ୧/୧: ନୂତନ ବର୍ଷର ଅଭିନନ୍ଦନ ଜଣାଇଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏହି ଅବସରରେ ସେ କହିଛନ୍ତି ଯେ ନୂଆ ବର୍ଷ ଏକ ନୂଆ ଆରମ୍ଭ କରିବାର ଅବସର ହୋଇଥାଏ। ବ୍ୟକ୍ତିଗତ ଏବଂ ସାମୁହିକ ବିକାଶର ସଂକଳ୍ପ ପାଇଁ ଏହା ପ୍ରେରଣା ଦିଏ ବୋଲି ସେ କହିଛନ୍ତି।

ସେହିପରି ନୂତନ ବର୍ଷରେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନୂତନ ବର୍ଷ ଉତ୍ତମ ସ୍ବାସ୍ଥ୍ୟ, ଆନନ୍ଦ ଏବଂ ସମୃଦ୍ଧତା ଆଣୁ  ବୋଲି ସେ କହିଛନ୍ତି।

ନୂତନ ବର୍ଷରେ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୨୦୨୧ ସମସ୍ତଙ୍କ ପାଇଁ ସୁଖ, ସମୃଦ୍ଧି ଓ ପ୍ରଗତିର ବର୍ଷ ହେଉ ବୋଲି ସେ କହିଛନ୍ତି।