ରଙ୍ଗ ଓ ପବିତ୍ର ପର୍ବ ହୋଲି ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୮/୩: ଦେଶର ବିଭିନ୍ନ ସ୍ଥାନରେ ପାଳନ ହୋଇଛି ହୋଲି ଉତ୍ସବ । ହୋଲି ପାଇଁ ଉତ୍ସବ ମୁଖର ହୋଇପଡିଛି ଦିଲ୍ଲୀ ଠୁ ପଲ୍ଲୀ । ସବୁଠି ପରସ୍ପରକୁ ଶ୍ରଦ୍ଧାର ସହ ରଙ୍ଗ ବୋଳିଛନ୍ତି । ଏହାରିମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରଙ୍ଗ ଓ ଆନନ୍ଦର ପବିତ୍ର ପର୍ବ ହୋଲି ଅବସରରେ ସମସ୍ତଙ୍କୁ  ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ରାଧାଗୋବିନ୍ଦଙ୍କ ଅପାର କରୁଣାରୁ ସମସ୍ତଙ୍କ ଜୀବନ ସୁଖ, ସମୃଦ୍ଧିରେ ଭରିଯାଉ ବୋଲି ସେ କହିଛନ୍ତି।