ହୋଲିରେ ନିଶା ଖାଇ ମଉଜ କରୁଥିଲେ ସାବଧାନ!

ଭୁବନେଶ୍ୱର,୭/୩: ହୋଲି ରେ ନିଶା ଖାଇ ମଉଜ କରୁଥିଲେ ସାବଧାନ । ଭୁବନେଶ୍ୱର ସହର ଉପରେ ନଜର ରଖିବ ୬୦ଟି ସ୍ପେଶାଲ ସ୍କ୍ୱାର୍ଡ । ୩୧ଟି ସ୍ଥାନରେ ପୋଲିସ ପିକେଟିଂ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ୧୭ଟି ମୋବାଇଲ ପାଟ୍ରୋଲିଂ ଟିମ୍ ନିୟୋଜିତ ହେବେ । ହୋଲି ପାଇଁ ନଦୀ ପଠା ଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ନଦୀରେ ଗାଧୋଇବା ବେଳେ ଅଘଟଣକୁ ଏଡ଼ାଇବା ପାଇଁ ସବୁ ନଦୀ ପଠାରେ ପୋଲିସ ଫୋର୍ସ, ଓଡ୍ରାଫ ଓ ଅଗ୍ନିଶମ ବାହିନୀ ମୃତୟନ ହେବେ । କ୍ୟାପିଟାଲ ହସ୍ପିଟାଲରେ ମଧ୍ୟ ଫୋର୍ସ ମୁତୟନ ରହିବେ ।