ବେରୋଜଗାରୀ ଯୁବବର୍ଗଙ୍କ ପାଇଁ ଛତିଶଗଡ଼ ସରକାରଙ୍କ ବଡ଼ ଉପହାର, ମିଳିବ ମାସିକ ଭତ୍ତା

ନୂଆଦିଲ୍ଲୀ,୬/୩: ହୋଲିରେ ବେରୋଜଗାରୀ ଯୁବବର୍ଗଙ୍କ ପାଇଁ ଛତିଶଗଡ଼ ସରକାରଙ୍କ ଭେଟି  । ବେକାରୀ ଯୁବକଙ୍କୁ ମାସିକ ଭତା ଦେବାକୁ ଘୋଷଣା କରିଛନ୍ତି ଛତିଶଗଡ଼ ସରକାର । ସୋମବାର ବିଧାନସଭାରେ ବଜେଟ୍ ଉପସ୍ଥାପନ ବେଳେ ଏହି ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ । ବଜେଟରେ ବେରୋଜଗାରୀ ଯୁବକଙ୍କ ପାଇଁ ମାସିକ ୨୫ଶହ ଟଙ୍କା ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି ।୨୦୨୩-୨୪ ପାଇଁ ରାଜ୍ୟ ସରକାର ୧ଲକ୍ଷ ୨୧ହଜାର ୫୦୦ କୋଟି ଟଙ୍କା ଆଗତ କରିଛନ୍ତି । ଯାହା ଇତିହାସର ସବୁଠାରୁ ବଡ଼ ବଜେଟ୍ ବୋଲି କୁହାଯାଉଛି ।  ଅଙ୍ଗନୱାଡି କର୍ମୀଙ୍କ ଭତା ୬ହଜାର ୫୦୦ରୁ ୧୦ହଜାର ଟଙ୍କା ବୃଦ୍ଧି କରାଯାଇଛି ।