ବିଜୁ ଏକ୍ସପ୍ରେସ ୱେ କେବଳ ଏକ ରାସ୍ତା ନୁହେଁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୫/୩:ବରଗଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ପଶ୍ଚିମ ଓଡିଶା ଗସ୍ତରେ ଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରଗଡରେ ଜନସାଧାରଣଙ୍କୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡିଶାବାସୀଙ୍କ ସେବାରେ ବିଜୁ ଏକ୍ସପ୍ରେସ ୱେ ଉତ୍ସର୍ଗୀକୃତ କରି ସେ ବହୁତ ଖୁସି । ବିଜୁ ଏକ୍ସପ୍ରେସ ୱେ କେବଳ ଏକ ରାସ୍ତା ନୁହେଁ । ଏ ହେଉଛି ସେହି ଅଞ୍ଚଳ ପାଇଁ ଜୀବନରେଖା । ଏ ରାସ୍ତା ବିକାଶର ନୂଆ ଇତିହାସ ଲେଖିବ । ଏ ରାସ୍ତା ଚାଷୀ ଭାଇଙ୍କ ପାଇଁ ସୁବିଧା ଆଣିବ । ସାଧାରଣ ଲୋକ ଏ ରାସ୍ତା ଦ୍ୱାରା ସୁବିଧା ପାଇବ । ସ୍ୱାସ୍ଥ୍ୟ ସେବାରେ ମଧ୍ୟ ଆହୁରି ଉନ୍ନତି ଆସିବ ବୋଲି କହିଛନ୍ତି ନବୀନ । ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, “ଆଜି ଆମ ସମସ୍ତଙ୍କର ପ୍ରିୟ ନେତା ବିଜୁ ବାବୁଙ୍କ ଜନ୍ମଦିବସ । ଏହି ଅବସରରେ ମୁଁ ତାଙ୍କ ପ୍ରତି ମୋର ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ।