ବିଜୁ ବାବୁଙ୍କ ୧୦୭ ତମ ଜନ୍ମ ଜୟନ୍ତୀ, ଡାକୋଟା ଅନାବରଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୫/୩: ସର୍ବସାଧାରଣଙ୍କ ଉଦେଶ୍ୟରେ ଲୋକାର୍ପିତ ହେଲା ସ୍ୱାଧୀନତା ସଂଗ୍ରାମୀ, ଦୁଃସାହସିକ ପାଇଲଟ୍ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପ୍ରିୟ ବିମାନ ‘ଡକୋଟା’ । ବିଜୁ ବାବୁଙ୍କ ୧୦୭ ତମ ଜନ୍ମ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡାକୋଟାର ଉନ୍ମେଚନ କରିଛନ୍ତି ।ଏଣିକି ଡାକୋଟାର କାହାଣୀ ଜାଣିବେ ଦେଶ ବିଦେଶ ଲୋକେ । ଏଥିପାଇଁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ସବୁପ୍ରକାରର ବ୍ୟବସ୍ଥା ହୋଇଥିଲା ।

ସୂଚନାଯୋଗ୍ୟ ଯେ ଗତ ଜାନୁଆରୀରେ ଭୁବନେଶ୍ୱର ଆସିଥିଲା ବିଜୁ ପଟ୍ଟନାୟକଙ୍କ ଡାକୋଟା ବିମାନ । କୋଲକାତାରୁ ଭୁବନେଶ୍ୱର ବିମାନ ବନ୍ଦରକୁ ବିମାନକୁ ଅଣାଯ।।ଇଥିଲା ।