ନୂଆଦିଲ୍ଲୀ,୪/୩ : ଆଜିଥ୍ରୋମାଇସିନ୍ ଓ ଆମୋକ୍ସିକ୍ଲାଭ୍ ଭଳି ଆଣ୍ଟିବାୟୋଟିକ୍ ଠାରୁ ଦୂରେଇ ରହିବାକୁ ଇଣ୍ଡିଆନ୍ ମେଡିକାଲ ଆସୋସିଏସନ୍ ବା ଆଇଏମଏ ପକ୍ଷରୁ ପରାମର୍ଶ ଜାରି କରାଯାଇଛି । ଆଇଏମଏ ଜାରି କରିଥିବା ପରାମର୍ଶରେ କୁହାଯାଇଛି ଯେ ଅତି ଆବଶ୍ୟକ ନଥିଲେ ଆଣ୍ଟିବାୟୋଟିକ ସେବନ ରୁ ଦୂରେଇ ରୁହନ୍ତୁ । ଋତୁକାଳୀନ ଜ୍ୱର କିମ୍ବା କାଶ ସମୟରେ ରୋଗୀଙ୍କୁ ଆଣ୍ଟିବାୟୋଟିକ ନ ଦେବାକୁ ମଧ୍ୟ ଆଇଏମଏ ଡାକ୍ତରମାନଙ୍କୁ ପରାମର୍ଶ ଦେଇଛି।
ଆଇଏମଏ ପକ୍ଷରୁ ଜାରି ଆଡଭାଇଜରୀରେ କୁହାଯାଇଛି ଯେ କେତେକ କ୍ଷେତ୍ରରେ କାଶ, ବାନ୍ତି, ବାନ୍ତି, ଗଳା ଯନ୍ତ୍ରଣା, ଜ୍ୱର, ଦେହ ଯନ୍ତ୍ରଣା ଓ ଡାଇରିଆ ଭଳି ଲକ୍ଷଣ ଥିବା ରୋଗୀଙ୍କ ସଂଖ୍ୟା ହଠାତ୍ ବୃଦ୍ଧି ପାଇଛି। ଏହି ସଂକ୍ରମଣ ସାଧାରଣତଃ ୫ରୁ ୭ ଦିନ ପର୍ଯ୍ୟନ୍ତ ରହିଥାଏ । ତିନି ଦିନ ପରେ ଜ୍ୱର କମିଯାଏ, କିନ୍ତୁ କାଶ ତିନି ସପ୍ତାହ ପର୍ଯ୍ୟନ୍ତ ରହିପାରେ ।