ମନୀଷ ସିସୋଦିଆଙ୍କ ଜାମିନ ଆବେଦନ ଉପରେ ରାୟ ସଂରକ୍ଷିତ ରଖିଲେ କୋର୍ଟ

ନୂଆଦିଲ୍ଲୀ,୪/୩: ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଜାମିନ ଆବେଦନ ଉପରେ ରାୟ ସଂରକ୍ଷିତ ରଖିଲେ ସିବିଆଇ କୋର୍ଟ। ମାର୍ଚ୍ଚ ୧୦ତାରିଖ ଅପରାହ୍ନ ୨ଟାରେ ଏହି ମାମଲାର ଶୁଣାଣି ହେବ ବୋଲି ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ପକ୍ଷରୁ କୁହାଯାଇଛି। ଉଲ୍ଲେଖଯୋଗ୍ୟ, ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ବର୍ତ୍ତମାନ ସିବିଆଇ ହେପାଜତରେ ଅଛନ୍ତି। ଜାତୀୟ ରାଜଧାନୀ ପାଇଁ ମଦ ନୀତି ପ୍ରସ୍ତୁତ କରିବାରେ ଦୁର୍ନୀତି କରିଥିବା ଅଭିଯୋଗର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଗିରଫ ହୋଇଛନ୍ତି। ଗିରଫ ହେବା ପରେ ଏହି ମାମଲାରେ ଜାମିନ ନିମନ୍ତେ ସୁପ୍ରିମ୍‌ କ‌ୋର୍ଟରେ ଆବେଦନ କରିଥିଲେ। କିନ୍ତୁ, ଏଥିରେ ହସ୍ତକ୍ଷେପ କରିବାକୁ ମନାକରି ନିମ୍ନ ଅଦାଲତରେ ଆବେଦନ କରିବାକୁ ପରାମର୍ଶ ଦେଇଥିଲେ ସୁପ୍ରିମ୍‌ କ‌ୋର୍ଟ।