କୋଟିଆକୁ ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ତଥ୍ୟ ଉପସ୍ଥାପନ କରିବାକୁ ଉଭୟ କେନ୍ଦ୍ର ଓ ଆନ୍ଧ୍ର ସରକାରଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର,୪/୩: କୋଟିଆକୁ ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ଆସନ୍ତା ୨୮ ଦିନ ମଧ୍ୟରେ ତଥ୍ୟ ଉପସ୍ଥାପନ କରିବାକୁ ଉଭୟ କେନ୍ଦ୍ର ଓ ଆନ୍ଧ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ନିର୍ଦ୍ଦେଶ ଅନୁସାରେ ମୁଖ୍ୟ ଶାସନ ସଚିବଙ୍କ ମାଧ୍ୟମରେ ଆନ୍ଧ୍ରପ୍ରଦେଶ ଓ ଗୃହ ମନ୍ତ୍ରାଳୟର ସଚିବଙ୍କ ମାଧ୍ୟମରେ କେନ୍ଦ୍ର ସରକାର ଅରିଜିନାଲ ତଥ୍ୟ ଉପସ୍ଥାପନା କରିବେ । ଏନେଇ ଫେବ୍ରୁଆରି ମାସ ୨୮ ତାରିଖରେ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଚିଠି କରାଯାଇଥିବା ବେଳେ ରେଜିଷ୍ଟ୍ରାର ଓ ଅତିରିକ୍ତ ରେଜିଷ୍ଟ୍ରାରଙ୍କ ଦସ୍ତଖସ୍ତ ରହିଛି । କୋଟିଆ ବିବାଦକୁ ନେଇ ଓଡ଼ିଶା ପକ୍ଷରୁ ଆଇନଜୀବୀ ଶିବଶଙ୍କର ମିଶ୍ର ପ୍ରଥମେ କିଛି ତଥ୍ୟ ଦାଖଲ କରିଥିଲେ । ଏହା ପରେ ସୁପ୍ରିମକୋର୍ଟଙ୍କ ନିକଟରେ ୪୫୭ ପୃଷ୍ଠା ସମ୍ବଳିତ ତଥ୍ୟ ଉପସ୍ଥାପନ କରିଥିଲେ ।ଯାହାକୁ ନେଇ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ।