ଟ୍ବିନ୍‌ ସିଟିରେ ଆଜି ରାତି ୧୦ଟାରୁ ୧୪୪ ଧାରା ଲାଗୁ

ଭୁବନେଶ୍ୱର, ୩୧/୧୨: ଜିରୋ ନାଇଟ୍‌ ସେଲିବ୍ରେସନ ନକରିବାକୁ ପୋଲିସ କମିସନର ଅନୁରୋଧ କରିଛନ୍ତି । ସେନେଇ ଟ୍ବିନ୍‌ ସିଟିରେ ମୁତୟନ ହେବେ ୪୦ ପ୍ଲାଟୁନ ଫୋର୍ସ । କଟକ ଓ ଭୁବନେଶ୍ବରରେ ଆଜି ରାତି ୧୦ଟାରୁ ୧୪୪ ଧାରା ଲାଗୁ ହେବ ବୋଲି ପୋଲିସ କମିସନର କହିଛନ୍ତି।

ଏହାସହ ସହଯୋଗ ପାଇଁ ଲୋକଙ୍କୁ ଅନୁରୋଧ କରିଛନ୍ତି ପୋଲିସ କମିସନର । ରାତି ୯ଟା ସୁଦ୍ଧା ଦୋକାନ ବଜାର ବନ୍ଦ ପାଇଁ ସିପି  ନିର୍ଦ୍ଦେଶ ଦେଇଛନ୍ତି । ଘରୋଇ ଆପାର୍ଟମେଣ୍ଟରେ ଭୋଜି ଓ ସମାବେସ ଉପରେ ବି କଟକଣା ଲାଗୁ କରାଯାଇଛି।