ପରଲୋକରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସତ୍ୟବ୍ରତ ମୁଖାର୍ଜୀ

ଭୁବନେଶ୍ୱର, ୩/୩: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ସତ୍ୟବ୍ରତ ମୁଖାର୍ଜୀଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା। କଲିକତାର ବାଲିଗଞ୍ଜଠାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଅଟଳ ବିହାରୀ ବାଜପେୟୀଙ୍କ ପ୍ରଧାନମନ୍ତ୍ରିତ୍ବ ସମୟରେ ସତ୍ୟବ୍ରତ ମୁଖାର୍ଜୀ କେନ୍ଦ୍ରମନ୍ତ୍ରୀ ଥିଲେ ଓ ଏହା ସହ ଭାରତର ପୂର୍ବତନ ଅତିରିକ୍ତ ସଲିସିଟର ଜେନେରାଲ ଭାବେ କାର୍ଯ୍ୟ କରିଥିଲେ । ସେ ୧୯୯୯ରେ କୃଷ୍ଣନଗର ଲୋକସଭା ନିର୍ବାଚନମଣ୍ଡଳୀରୁ ନିଜର ରାଜନୀତିରେ ପାଦଥାପିଥିଲେ। ବିଜେପି ଟିକେଟରେ ନିର୍ବାଚନ ଲଢ଼ି ମୁଖାର୍ଜୀ ବିଜୟ ଲାଭ କରିଥିଲେ।