୮ହଜାର ସହଭାଗୀଙ୍କୁ ସାଇକେଲ ବଣ୍ଟନ କରିଲେ ମୁଖ୍ୟମନ୍ତ୍ରୀ

ଏହି ପରିପ୍ରେକ୍ଷୀରେ ଲୋକସେବା ଭବନରେ ଆୟୋଜିତ ଉତ୍ସବରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ମା’ମାନଙ୍କ ସଫଳତାରେ ମୁଁ ଖୁସି। ଆପଣମାନଙ୍କ ଆତ୍ମବିଶ୍ବାସ ହି ମିଶନ ଶକ୍ତିକୁ ନଂ୧ କରିଛି। ମା’ମାନେ ବହୁତ ଭଲ କାମ କରୁଛନ୍ତି ତାହାକୁ ଜାରି ରଖନ୍ତୁ । ମୁଁ ସବୁବେଳେ ଆପଣଙ୍କ ସାଥୀରେ ଅଛି। ଓଡ଼ିଶାର ବିଭିନ୍ନ ଅଞ୍ଚଳକୁ ମୁଁ ଯାଉଛି, ମିଶନ ଶକ୍ତିର ମା’ ମାନଙ୍କୁ ଭେଟୁଛି। ନବୀନ ନିବାସକୁ ମା’ ମାନେ ଆସି ମୋତେ ଭେଟୁଛନ୍ତି। ମା’ମାନଙ୍କ ସଫଳତା ବହୁତ ଖୁସି ଦେଉଛି, ମା’ ମାନଙ୍କ ଆତ୍ମବିଶ୍ୱାସ ଓ ଉତ୍ସାହ ମିଶନ ଶକ୍ତିକୁ ଏକ ନମ୍ବର ସଫଳ କାର୍ଯ୍ୟକ୍ରମ କରିଛି । ବିଭିନ୍ନ ସହରରେ ମା’ ମାନେ ଅନେକ ଦାୟିତ୍ୱ ନେଇଛନ୍ତି । ମା’ ମାନେ କରୁଥିବା କାମରେ ସମସ୍ତେ ଖୁସି । ମା’ ମାନେ ଯେପରି ସୁବିଧାରେ ଦାୟିତ୍ୱ ପାଳନ କରିବେ ସେଥିପାଇଁ ରାଜ୍ୟ ସରକାର ସମସ୍ତ ସୁବିଧା ଯୋଗାଇ ଦେଇଛନ୍ତି। ୮୦୦୦ରୁ ଅଧିକ ମା’ ମାନେ ସାଇକେଲ ପାଇବେ।