ରୁଷିଆ ଉପରେ ୟୁକ୍ରେନର ଡ୍ରୋନ ଆକ୍ରମଣ

ନୂଆଦିଲ୍ଲୀ,୧/୩: ରୁଷ-ୟୁକ୍ରେନ ଯୁଦ୍ଧକୁ ବର୍ଷେ ପୁରିଛି । ଏବେ ବି ଦୁଇ ପକ୍ଷ ପରସ୍ପର ଉପରେ ଆକ୍ରମଣ ଜାରି ରଖିଛନ୍ତି । ଏହାରି ଭିତରେ ୟୁକ୍ରେନ ଉପରେ ବଡ ଅଭିଯୋଗ ଆଣିଛି ମସ୍କୋ । ସୋମବାରଠୁ ରୁଷ ରାଜଧାନୀ ମସ୍କୋ ଉପରେ ୟୁକ୍ରେନ ଡ୍ରୋନରେ ଆକ୍ରମଣ କରୁଥିବା କ୍ରେମଲିନ ଦାବି କରିଛି । ଦକ୍ଷିଣ ଓ ପଶ୍ଚିମ ରୁଷିଆର ବିଭିନ୍ନ ଅଞ୍ଚଳରେ ଏବଂ ୟୁକ୍ରେନ-ରୁଷିଆ ସୀମା ନିକଟର ବିଭିନ୍ନ ଜାଗାରେ ୟୁକ୍ରେନ ଡ୍ରୋନ ଆକ୍ରମଣ କରିଥିବା ରୁଷିଆ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏହି ଡ୍ରୋନ ଆକ୍ରମଣରେ କେହି ଆହତ ହୋଇନାହାନ୍ତି ।  ୟୁକ୍ରେନ ଡ୍ରୋନ ଆକ୍ରମଣ କରିଥିବା ବେଳେ ଏହାକୁ ବିଫଳ କରାଯାଇଥିବା ମସ୍କୋ କହିଛି ।