ବଢ଼ିଲା ଏଲପିଜି ସିଲିଣ୍ଡର ଦର

ଭୁବନେଶ୍ୱର,୧/୩: ହୋଲି ପୂର୍ବରୁ ରୋଷେଇ ଘରୁ ମହଙ୍ଗା ମାଡ଼ । ୧୪.୨ କେଜିର ଘରୋଇ ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି ହୋଇଥିବାବେଳେ କମର୍ସିଆଲ ଗ୍ୟାସ ଦର ଲମ୍ବା ଡିଆଁ ମାରିଛି । କମର୍ସିଆଲ ସିଲିଣ୍ଡର ପିଛା ଏକାବେଳକେ ୩୫୦.୫୦ ବୃଦ୍ଧି ପାଇଛି । ଏହାସହ ଦିଲ୍ଲୀରେ ୧୯ କେଜିର କମର୍ସିଆଲ ସିଲିଣ୍ଡର ପାଇଁ ଲୋକଙ୍କୁ ୨୧୧୯.୫୦ ଟଙ୍କା ଦେବାକୁ ପଡିବ । ସେହିପରି ଘରୋଇ ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ଏଣିକି ୧୧୦୩ ଟଙ୍କା ଦେବାକୁ ପଡିବ । ଏହି ଦର ଆଜିଠୁ ଲାଗୁ କରାଯାଉଛି ।