ଆଜିଠୁ ଆରମ୍ଭ ଯୁକ୍ତ ଦୁଇ ଥିଓରୀ ପରୀକ୍ଷା

ଭୁବନେଶ୍ୱର,୧/୩: ଆଜିଠୁ ଆରମ୍ଭ ହେଉଛି ଯୁକ୍ତ ଦୁଇ ଥିଓରୀ ପରୀକ୍ଷା । ୧୯ଟି ସିଟିଂରେ ଏପ୍ରିଲ ୫ ପର୍ଯ୍ୟନ୍ତ ଚାଲିବ ଏହି ପରୀକ୍ଷା । ଏଥିରେ ୩ ଲକ୍ଷ ୫୭ ହଜାର ୯୪୨ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିବେ । ଆଜି ପରୀକ୍ଷାର ପ୍ରଥମ ଦିନରେ ବିଜ୍ଞାନ ଛାତ୍ରଛାତ୍ରୀ ମାତୃଭାଷା ପରୀକ୍ଷା ଦେବେ । ପରୀକ୍ଷା ପରିଚାଳନା ପାଇଁ ୨୦୨ଟି ହବ୍ ରହିଛି । ସକାଳ ୮ଟା ୩୦ ସୁଦ୍ଧା ପପରୀକ୍ଷା କେନ୍ଦ୍ରରେ ପ୍ରଶ୍ନପତ୍ର ପହଞ୍ଚିବ । ପରୀକ୍ଷା ସକାଳ ୧୦ଟାରେ ଆରମ୍ଭ ହେବ । ଏହା ପୂର୍ବରୁ ଛାତ୍ରଛାତ୍ରୀ ୯ଟା ୩୦ରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବେ । ୧୫ ମିନିଟ୍ ପୂର୍ବରୁ ନିଜ ସିଟରେ ବସିବେ । ପରୀକ୍ଷାର ୧୫ ମିନିଟ୍ ପୂର୍ବରୁ ପରୀକ୍ଷାର୍ଥୀ ଉତ୍ତର ଖାତା ଏବଂ ୫ ମିନିଟ୍ ପୂର୍ବରୁ ପ୍ରଶ୍ନପତ୍ର ଦିଆଯିବ । ଆଜି ବିଜ୍ଞାନର ମାତୃଭାଷା ପରୀକ୍ଷ ଶେଷ ହେବା ପରେ ଆସନ୍ତାକାଲି କଳା ଓ ବାଣିଜ୍ୟ ପିଲା ମାତୃଭାଷା ପରୀକ୍ଷା ଦେବେ । କପି ରୋକିବା ପାଇଁ ୪ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏହା ସହ ଜିଲ୍ଲା ଶିକ୍ଷା ଅଧିକାରୀ, ଆଞ୍ଚଳିକ ଶିକ୍ଷା ଅଧିକାରୀ ଓ ବିଭାଗର ଅନ୍ୟ ଅଧିକାରୀମାନେ କେନ୍ଦ୍ର ବୁଲି ପରୀକ୍ଷାର ତଦାରଖ କରିବେ ।