ପୁଣି ଭୂମିକମ୍ପରେ ଠାରିଲା ତୁର୍କୀ

ନୂଆଦିଲ୍ଲୀ,୨୮/୨: ପୁଣି ୨ ସପ୍ତାହ ପରେ ତୁର୍କୀରେ ଭୂମିକମ୍ପ ଅନୁଭୂତ ହୋଇଛି । ତୁର୍କୀର ଦକ୍ଷିଣ ପୂର୍ବ ଇଲାକାରେ ଭୂମିକମ୍ପ ସୃଷ୍ଟି ହୋଇଛି । ରେକ୍ଟର ସ୍କେଲରେ ଏହାର ତୀବ୍ରତା ୫.୬ ଥିବା ଜଣାପଡିଛି । ଫଳରେ ଆହୁରି ୨୯ଟି ସୁଉଚ୍ଚ କୋଠା ମାଟିରେ ମିଶିଥିବା ଜଣାପଡିଛି । ଏଥିର ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୦୦ରୁ ଅଧିକ ଲୋକ ଗୁରୁତର ହୋଇଥିବା ସୂଚନା ରହିଛି । ଏହାସହ ଆଫଗାନିସ୍ତାନ ଓ ତାଜିକସ୍ତାନରେ ଭୂକମ୍ପ ହୋଇଛି। ରିକ୍ଟର ସ୍କେଲରେ ଆଫଗାନିସ୍ତାନରେ ୪.୧ ତୀବ୍ରତାର ଭୂମିକମ୍ପ ହୋଇଥିବା ବେଳେ ତାଜିକସ୍ତାନରେ ୪.୩ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିବା ଜଣାପଡିଛି। ଏଥିରେ କୌଣସି ସ୍ଥାନରେ ବଡ଼ଧରଣର କ୍ଷୟକ୍ଷତିର ସୂଚନା ମିଳିପାରିନାହିଁ। ମଣିପୁରରେ ମଧ୍ୟ ୩.୨ ତୀବ୍ରତାର ଭୂମିକମ୍ପଜ ଅନୁଭୂତ ହୋଇଥିବାର ସୂଚନା ମିଳିଛି।