ଓଡ଼ିଶାକୁ ଶ୍ରେଷ୍ଠ କ୍ରୀଡା ପ୍ରେତ୍ସାହନକାରୀ ରାଜ୍ୟ ଭାବେ ମିଳିଲା ପୁରସ୍କାର

ନୂଆଦିଲ୍ଲୀ,୨୭/୨: ସ୍ପୋର୍ଟସଷ୍ଟାର ଏସେସ୍ ୨୦୨୩ ପକ୍ଷରୁ ଓଡ଼ିଶାକୁ ଶ୍ରେଷ୍ଠ କ୍ରୀଡା ପ୍ରେତ୍ସାହନକାରୀ ରାଜ୍ୟ ଭାବେ ପୁରସ୍କାର ଦିଆଯାଇଛି । ମୁମ୍ବାଇଠାରେ ସୋମବାର ସଂଧ୍ୟାରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପୁରସ୍କାର ଗ୍ରହଣ କରିଛନ୍ତି । କିମ୍ବଦନ୍ତୀ କ୍ରିକେଟ ଖେଳାଳି ସୁନୀଲ ଗାଭାସ୍କରଙ୍କଠାରୁ ସେ ଏହି ପୁରସ୍କାର ଗ୍ରହଣ କରିଛନ୍ତି । କ୍ରମାଗତ ୪ର୍ଥ ଥର ପାଇଁ ଓଡ଼ିଶାକୁ ଏହି ପୁରସ୍କାର ମିଳିଛି ।ଦେଶର ପ୍ରସିଦ୍ଧ କ୍ରୀଡ଼ା ପତ୍ରିକା ସ୍ପୋର୍ଟସଷ୍ଟାର ପକ୍ଷରୁ ଏହି ପୁରସ୍କାର ଦିଆଯାଇଥାଏ । ମୁମ୍ବାଇଠାରେ ଅନୁଷ୍ଠିତ ସମାରୋହରେ ଦେଶର ଜଣାଶୁଣା କ୍ରୀଡ଼ାବିତମାନଙ୍କୁ ପୁରସ୍କୃତ କରାଯାଇଥିଲା । ରାଜ୍ୟରେ ଶ୍ରେଷ୍ଠ କ୍ରୀଡ଼ା ଭିତ୍ତିଭୂମି ଗଠନ କରିବା ସହ ହକି ବିଶ୍ବକପ ପରି ବିଶ୍ବସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ ପାଇଁ ଓଡ଼ିଶାକୁ ଏହି ପୁରସ୍କାର ଦିଆଯାଇଛି ।