ଶିବମୋଗ୍ଗା ବିମାନ ବନ୍ଦର ଉଦ୍‌ଘାଟନ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୭/୨: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶିବମୋଗ୍ଗା ବିମାନ ବନ୍ଦର ଉଦ୍‌ଘାଟନ କରିଛନ୍ତି। ଏହି ନୂଆ ବିମାନ ବନ୍ଦରଟି ପ୍ରାୟ ୪୫୦ କୋଟି ଟଙ୍କା ବିନିମୟରେ ନିର୍ମାଣ କରାଯାଇଛି। ଏହି ବିମାନ ବନ୍ଦରର ‘ପାସେଞ୍ଜର୍‌ ଟର୍ମିନାଲ୍‌ ଅଟ୍ଟାଳିକା’ଟି ଆକାର ପଦ୍ମଫୁଲ ସଦୃଶ ଏବଂ ଏହାର ଘଣ୍ଟାକୁ ୩୦୦ ଯାତ୍ରୀ ଧାରଣ କରିବା କ୍ଷମତା ରହିଛି। ଏହା ସହିତ କେତେକ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ନିର୍ବାଚନ ହେବାକୁ ଥିବା କର୍ଣ୍ଣାଟକକୁ ଏହା ହେଉଛି ପ୍ରଧାନମନ୍ତ୍ରୀ ମ‌ୋଦୀଙ୍କ ପଞ୍ଚମ ଗସ୍ତ।

ଅନ୍ୟପଟେ ବରିଷ୍ଠ ‘ବିଜେପି’ ନେତା ବି. ଏସ୍‌. ୟେଦିୟୁରପ୍ପା କହିଛନ୍ତି ଆମ ପାଇଁ ଆଜିକ ସ୍ମରଣୀୟ ଦିବସ। କର୍ଣ୍ଣାଟକ ଉପରେ ପ୍ରଧାନମନ୍ତ୍ରୀ ମୋଦୀ ଏତେ ଗୁରୁତ୍ବ ଦେବେ‌ ବୋଲି ଆଶା କରି ନ ଥିଲୁ। ଏହା ସମଗ୍ର ରାଜ୍ୟର ଉପକାର କରିବ। କର୍ଣ୍ଣାଟକରେ ଯେଉଁମାନେ ନିବେଶ କରିବାକୁ ଆଗ୍ରହୀ ସେମାନଙ୍କ ପାଇଁ ମଧ୍ୟ ଏହା ସାହାଯ୍ୟ ପ୍ରଦାୟକ ହେବ।