ଭୂମିକମ୍ପରେ ଥରିଲା ଗୁଜୁରାଟ

ନୂଆଦିଲ୍ଲୀ,୨୭/୨: ଭୟଙ୍କର ଭୂମିକମ୍ପରେ ଥରିଲା ଗୁଜୁରାଟ। ଆଜି ସକାଳୁ ଗୁଜରାଟର କଚ୍ଛରେ ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୮ ରେକର୍ଡ କରାଯାଇଛି। ତେବେ ଏଥିରେ କାହାରି କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି। ସୂଚନା ମୁତାବକ, ଭୂକମ୍ପର କେନ୍ଦ୍ରସ୍ଥଳ କଚ୍ଛର ଲଖପାତଠାରୁ ୬୨ କିଲୋମିଟର ଉତ୍ତର-ଉତ୍ତର ପୂର୍ବରେ ଥିଲା। ତେବେ ଭୂମିକମ୍ପ ପରେ ଲୋକେ ଘରୁ ବାହାରକୁ ଚାଲି ଆସିଛନ୍ତି। ଚାରିଆଡେ ଏକପ୍ରକାର ଆତଙ୍କ ଖେଳିଯାଇଛି।