କିପରି କଟିବ ଆଜି ଆପଣଙ୍କ ଦିନ: ୨୭/୦୨/୨୦୨୩

ମେଷ:ଏସପ୍ତାହରେ ମହିଳା ଓ ପୁରୁଷ ମାନେ କର୍ମକ୍ଷେତ୍ରରେ ଅନେକ ଦିନର ଅଭିଳାଷ ପୂର୍ଣ୍ଣ ହେବ। ଅନେକ ଶୁଭ କର୍ମର ସୁଯୋଗ ପାଇବେ। କାର୍ଯ୍ୟ କ୍ଷେତ୍ରରେ ଶତୃମାନେ ପରାଜିତ ହେବେ। ସେୟାର ମାର୍କେଟ, ଲଟେରୀ, ଜୁଆ ଆଦିରେ ଅର୍ଥ ଖଟେଇଲେ ବିଶେଷ ଲାଭବାନ୍ ହେବେ। ଶିକ୍ଷାର୍ଥୀ ମାନେ ଉଚ୍ଚ ଶିକ୍ଷାସ୍ଵପ୍ନକୁ ସାର୍ଥକ କରିବେ।

ବୃଷ:ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ବ୍ୟବସାୟ କ୍ଷେତ୍ରରେ ଅଗ୍ରଗତି ଘଟିବା ସହ ସାମାଜିକ ପ୍ରତିଷ୍ଠା ମାନସମ୍ମାନ ବୃଦ୍ଧି ହେବ। କର୍ମକ୍ଷେତ୍ରରେ ସହଯୋଗୀମାନଙ୍କ ଯୋଗୁଁ ଉତ୍ତମ କାର୍ଯ୍ୟ କରି ପଦୋନ୍ନତି ପାଇବେ। ନୂତନକର୍ମ ନିଯୁକ୍ତି କ୍ଷେତ୍ରରେ ସଫଳ ହେବେ। ରାଜନୀତିରେ ପ୍ରଶଂସିତ ହେବେ। ଅବିବାହିତ ଯୁବକ ଯୁବତୀମାନେ ବିବାହ କରିବାର ସୁଯୋଗ ପାଇବେ।

ମିଥୁନ:ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ପାରିବାରିକ କ୍ଷେତ୍ରରେ ମାନସିକ ଶାନ୍ତି ମିଳିବ। ପରିଶ୍ରମର ସୁଫଳ ଭୋଗ କରିବେ। ନୂତନ ଲୋକଙ୍କସହ ବନ୍ଧୁତ୍ୱ ସ୍ଥାପନ ହେବ। ରାଜନୀତି କ୍ଷେତ୍ରରେ ବନ୍ଧୁମିଳନ ପାଇଁ ଦୂରଯାତ୍ରା କରିବେ। ପୁରାତନ ରୋଗର ପ୍ରକୋପ ହ୍ରାସ ପାଇବା ଫଳରେ ମନଶାନ୍ତ ରହିବ। ସାମାଜିକ ପ୍ରତିଷ୍ଠା ମାନସମ୍ମାନ ବୃଦ୍ଧି ହେବ।

କର୍କଟ:ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ସରକାରୀ କର୍ମଚାରୀମାନେ କର୍ମ କ୍ଷେତ୍ରରେ ସୁନାମ ଅର୍ଜନ କରିବେ। ଘରୋଇ ସଂସ୍ଥାର କର୍ମକ୍ଷେତ୍ରରେ ସାହାଯ୍ୟ ସହଯୋଗ ପାଇ କଳବଳ ଖଟାଇ ନିଜର ସ୍ଥାନକୁ କୌଣସିମତେ ଦୃଢ ରଖି ପାରିବେ। ଶତୃ, ରୋଗ, ଋଣରୁ ମୁକ୍ତି ହେବେ।

ସିଂହ:ଏ ସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ସମୟ ଅନୁକୂଳ ଯୋଗେ କାର୍ଯ୍ୟ କ୍ଷେତ୍ରରେ ବୃଦ୍ଧି ହେବ ଓ ଯଶ ସମ୍ମାନ ବଢିବ। ଶୁଭ ସମ୍ବାଦ ପାଇ ଶୀଘ୍ର ଯାତ୍ରା କରିବାକୁ ପଡିବ। ପିଲାମାନେ ପରୀକ୍ଷାରେ ସଫଳତା ଲାଭକରିବେ। ଆୟ ଅନୁକୂଳ ହେବ ମାତ୍ର ଧନ କମ୍ ମିଳିବ। ନିଜ ଆତ୍ମୀୟ ଲୋକଙ୍କ ସହ ସାକ୍ଷାତ ହେବ। ଚାକିରୀ ସମ୍ବନ୍ଧୀୟ କାର୍ଯ୍ୟ ହୋଇଯିବ।

କନ୍ୟା:ଏସପ୍ତାହରେ ମହିଳା ଓ ପୁରୁଷ ମାନେ ଆଶା କରୁଥିବା ଖବର ପାଇ ଖୁସୀ ହୋଇଯିବେ। ଅଧ୍ୟୟନ, ଅଧ୍ୟାପନା ତଥା ରଚନାତ୍ମକ କ୍ଷେତ୍ରରେ ସମ୍ମାନିତ ହେବେ। ଧନଲାଭ ହେବାରୁ ଖୁସି ହେବେ। କେତେକ କ୍ଷେତ୍ରରେ ଉନ୍ନତିକର ହେବ। ସନ୍ତାନର ବିଦ୍ୟାରେ ଉନ୍ନତି ଖବର ପାଇ ଖୁସି ହେବେ।

ତୁଳା:ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ରାଜନୀତି କ୍ଷେତ୍ରରେ ସହଯୋଗୀ ବା ଭାଇଭଳି ଚଳୁଥିବା ବ୍ୟକ୍ତିମାନେ ପୂର୍ଣ୍ଣ ସହଯୋଗ କରିବେ। ଆଧ୍ୟାତ୍ମିକ, ଧାର୍ମିକ ଓ ସାମାଜିକ କାର୍ଯ୍ୟ ସଂସ୍ଥାରେ ସାମିଲ ହେବେ। ପୁରାତନ ଶତୃମାନେ ଦୁର୍ବଳ ହେବେ। କର୍ମରେ ଉନ୍ନତି ସହିତ ବାସସ୍ଥାନ ବା ଯାନବାହନର ନବୀକରଣ ଇତ୍ୟାଦି ନାନାବିଧ ସୁଯୋଗ ପ୍ରାପ୍ତି ହେବ।

ବିଛା:ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ସାଧାରଣ ଲୋକଙ୍କ ସହ ମିଳାମିଶା ଦ୍ଵାରା ସମୟ ଆନନ୍ଦରେ କଟିବ। ସହରଠାରୁ ଦୂରକୁ ଯିବାକୁ ପଡିପାରେ। ବିପରୀତ ପରିସ୍ଥିତିରେ ମଧ୍ୟ ଦୈନିକ କାର୍ଯ୍ୟଗତି ଅନୁକୂଳ ହେବ। ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳତା ଲାଭ କରିବେ। ସାଙ୍ଗ ସାଥିମାନେ ସାହାଯ୍ୟ ସହଯୋଗ କରିବେ।

ଧନୁ:ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ବାକିଥିବା କାର୍ଯ୍ୟ ସଫଳତା ପୂର୍ବକ ସମ୍ପନ୍ନ ହେବାରୁ ସନ୍ତୁଷ୍ଟି ମିଳିବ। ଏହି ସମୟରେ ସମାନ ବିଚାରଧାରା ଲୋକଙ୍କର ଆବଶ୍ୟକତା ହେବ। ଉଦାସୀନତା ଓ ନକରାତ୍ମକ ପ୍ରବୃତ୍ତିକୁ ଛାଡିବା ପାଇଁ ପ୍ରୟାସ କରିବେ। ଆର୍ଥିକସ୍ଥିତି ଭଲ ରହିବ।

ମକର:ଏସପ୍ତାହରେ ମହିଳା ଓ ପୁରୁଷ ମାନେ ସମ୍ପର୍କୀୟଙ୍କ ଶୁଭସୂଚନା ଶୁଣି ଖୁସି ହେବେ। ଶିକ୍ଷାକ୍ଷେତ୍ରରେ ପରୀକ୍ଷା ପରିଣାମ ଅନୁକୂଳ ହେବାସହ ଆଶା ଆକାଂକ୍ଷା ଓ ମହତ୍ୱାକାଂକ୍ଷା ପୂର୍ଣ୍ଣହେବ। ଉଚ୍ଚଧିକାରୀ ଓ ବରିଷ୍ଠ ବ୍ୟକ୍ତିଙ୍କ ସହ ସୁ ସମ୍ପର୍କ ଫଳରେ କର୍ମୋନ୍ନତିରେ ସହାୟକ ହେବ।

କୁମ୍ଭ:ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ସାମାଜିକ ପ୍ରତିଷ୍ଠା ମାନ ସମ୍ମାନ ବୃଦ୍ଧି ହେବ। ବ୍ୟବସାୟରେ ସମସ୍ତ ଆଶା ପୂରଣ ହେବ। ପାରିବାରିକ ଜୀବନରେ ଆତ୍ମବିଶ୍ୱାସ ବୃଦ୍ଧି ପାଇ ସମୟ ଗୁଡିକ ସୁଖ ଶାନ୍ତିରେ କଟିବ। ଦୂରସ୍ଥାନକୁ ଯାତ୍ରା କରିବା ଫଳରେ କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତିହେବ। ରାଜନେତାଙ୍କର ଲୋକସମ୍ପର୍କ ଆତ୍ମସନ୍ତୋଷ ବଢ଼େଇବ।

ମୀନ:ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ସାମାଜିକ ସ୍ତରରେ ନିଜର ଖ୍ୟାତି ବୃଦ୍ଧି ପାଇବ। କର୍ମକ୍ଷେତ୍ରରେ ସହଯୋଗୀମାନେ ସହଯୋଗ କରିବେ ଓ ଉଚ୍ଚପଦସ୍ଥ ଅଫିସରମାନେ ସନ୍ତୋଷ ହେବେ। ବ୍ୟବସାୟରେ ଲାଭର ପରିମାଣ ଅଧିକ ହେବ। ପ୍ରତିଯୋଗି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ କର୍ମ ନିଯୁକ୍ତି ପାଇବେ।