ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଗିରଫ

ନୂଆଦିଲ୍ଲୀ,୨୬/୨: ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଗିରଫ ହୋଇଛନ୍ତି। ଅବକାରୀ ଦୁର୍ନୀତି ମାମଲାରେ ସିବିଆଇ ତାଙ୍କୁ ଗିରଫ କରିଛି ।  ୮ ଘଣ୍ଟା ପଚରା ଉଚରା ପରେ ସିବିଆଇର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ସିବିଆଇର ନୋଟିସକୁ ବିରୋଧ କରି ଆପ୍ ପକ୍ଷରୁ ଦିଲ୍ଲୀରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସୁରକ୍ଷାକୁ ଆଖିରେ ରଖି ସିବିଆଇ କାର୍ଯ୍ୟାଳୟ ଆଖପାଖ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି ।

ସୂଚନାଯୋଗ୍ୟ ଯେ ସିବିଆଇରେ ହାଜର ହେବା ପୂର୍ବରୁ ସିସୋଦିଆଙ୍କ ଘର ଆଗରେ ଏକାଠି ହୋଇଥିଲେ ଶହ ଶହ ସମର୍ଥକ । ଘରୁ ବାହାରି ସିସୋଦିଆ ସମର୍ଥକଙ୍କ ସହ ରାଲି କରି ରାଜଘାଟ ଯାଇଥିଲେ । ସେଠାରେ କିଛି ସମୟ ରହିବା ପରେ ସିବିଆଇ କାର୍ଯ୍ୟାଳୟ ଅଭିମୁଖେ ବାହାରିଥିଲେ ।