ଏଣିକି ସରକାରୀ ସ୍କୁଲ ପିଲାଙ୍କୁ ମିଳିବ ନୋଟବୁକ

ଭୁବନେଶ୍ବର,୨୫/୨: ଏଣିକି ଘରୋଇ ସ୍କୁଲ ଭଳି ସରକାରୀ ସ୍କୁଲ ପିଲାଙ୍କୁ ନୋଟବୁକ ଦିଆଯିବ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀରରଞ୍ଜନ ଦାଶ ସୂଚନା ଦେଇଛନ୍ତି। ସେ କହିଛନ୍ତି, ନୋଟବୁକରେ ପିଲାଙ୍କୁ ହୋମ ୱାର୍କ ଓ ଶିକ୍ଷକମାନେ କଣ ପାଠ ପଢାଉଛନ୍ତି, ତାହା ଉଲ୍ଲେଖ ରହିବ, ଯାହାଫଳରେ ଅଭିଭାବକମାନେ ଜାଣିପାରିବେ ପିଲା କଣ ପଢୁଛି।

ଅନ୍ୟପଟେ ଯୁକ୍ତ ଦୁଇ ପରୀକ୍ଷା ସଂପର୍କରେ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି, ଆସନ୍ତା ମାର୍ଚ୍ଚ ୧ ତାରିଖରୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହେବ। ସମସ୍ତ ପ୍ରସ୍ତୁତି ସରିଛି, ପ୍ରଶ୍ନପତ୍ର ହବରେ ପହଞ୍ଚିଛି।