ନକ୍ସଲ ଗୁଳିରେ ୩ଯବାନ ସହୀଦ, ୨ ଗୁରୁତର ଆହତ

ଭୁବନେଶ୍ୱର,୨୫/୨: ଛତିଶଗଡ଼ ସୁକୁମାରେ ନକ୍ସଲ ଓ ଯବାନ ଙ୍କ ଭିତରେ ଗୁଳିବିନିମୟ ଘଟିଛି। ନକ୍ସଲଙ୍କ ଗୁଳିରେ ୩ଯବାନ ସହୀଦ ଓ ୨ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ହସ୍ପିଟାଲକୁ ନିଆଯାଇଛି । ସୂଚନା ଅନୁସାରେ ଛତିଶଗଡ଼ ସୁକୁମାରେ ଡିଆରଜି ଯବାନମାନେ ସର୍ଚ୍ଚ ଅପରେସନ କରୁଥିଲେ । ଏହାପରେ ସେଠାରେ ଥିବା ମାଓବାଦୀଙ୍କ ଅମ୍ବୁସରେ ସେମାନେ ଫସି ଯାଇଥିଲେ । ଫଶିଯିବା ପରେ ସୁଯୋଗ ଦେଖି ସେମାନଙ୍କ ଉପରକୁ ଗୁଳି ମାଡ କରିଥିଲେ ଛକି ରହିଥିବା ଲାଲ ବାହିନୀ । ତାପରେ ଉଭୟ ପକ୍ଷ ମଧ୍ୟରେ ଜଗରଗୁଣ୍ଡା ଜଙ୍ଗଲରେ ଗୁଳିବିନିମୟ ହୋଇଛି । ଗୁଳିବିନିମୟ ପରେ ସର୍ଚ୍ଚ ଅପରେସନ୍ ଜୋରଦାର କରାଯାଇଛି ।