ରାଜ୍ୟ ବଜେଟ ଉପସ୍ଥାପିତ, ଜାଣନ୍ତୁ କେଉଁ ବିଭାଗ ପାଇଁ କେତେ?

ଭୁବନେଶ୍ୱର,୨୪/୨: ବିଧାନସଭାରେ ଉପସ୍ଥାପିତ ହୋଇଛି ରାଜ୍ୟ ବଜେଟ୍‌। ୨ ଲକ୍ଷ ୩୦ ହଜାର କୋଟିର ବଜେଟ୍‌ ଉପସ୍ଥାପିତ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକ । ସ୍କୁଲ ଓ ଗଣଶିକ୍ଷା ପାଇଁ ୨୨ ହଜାର ୫୨୮ କୋଟି ବ୍ୟୟବରାଦ ହୋଇଛି । ସେହିପରି ନଗର ଉନ୍ନୟନ ପାଇଁ ୭୯୧୪ କୋଟି ।ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ୧୫ ହଜାର ୭୫୬.୫୩ କୋଟି, ଯୋଜନା ଓ ସଂଯୋଜନ ପାଇଁ ୧୩୧୦୩ କୋଟି
ପଞ୍ଚାୟତିରାଜ ଓ ପାନୀୟ ଜଳ ପାଇଁ୨୫ ହଜାର ୩୧୮.୫୫ କୋଟି ଦିଆଯାଇଛି । କୃଷି ପାଇଁ ୨୪, ୮୮୯ କୋଟି
ବଜେଟ୍‌ ହୋଇଥିବାବେଳେ କୃଷି ବିଭାଗ ପାଇଁ ୬୯୩୬ କୋଟି ଦିଆଯାଇଛି । କୃଷି ବଜେଟ୍ ୨ ଗୁଣ ବଢ଼ାଦିଆଯାଇଛି । ସେହିପରି ଜଳ ସଂପଦ ପାଇଁ ୧୦,୭୭୫.୩୬ କୋଟି, ଗ୍ରାମ୍ୟ ଉନ୍ନୟନ ପାଇଁ ୭୫୦୦ କୋଟି, ବାଣିଜ୍ୟ ବିଭାଗ ପାଇଁ ୧୭୫.୯୩ କୋଟି ବରାଦ, ପୂର୍ତ୍ତ ବିଭାଗ ପାଇଁ ୯୧୩୩ କୋଟି ବ୍ୟୟବରାଦ ହୋଇଛି ।ସେହିପରି ଅର୍ଥ ବିଭାଗ ପାଇଁ ୬୧୮୫୨.୮୩ କୋଟି ବରାଦ ହୋଇଥିବାବେଳେ ଆଇନ ବିଭାଗ ପାଇଁ ୮୧୬.୪୩ କୋଟି , ରାଜସ୍ୱ ବିଭାଗ ପାଇଁ ୧୫୮୬.୭୨ କୋଟି, ସାଧାରଣ ପ୍ରଶାସନ ପାଇଁ ୫୪୪.୪୯ କୋଟି ବରାଦ ଗୃହ ବିଭାଗ ପାଇଁ ୭୩୧୩.୬୧ କୋଟି ବ୍ୟୟ ବରାଦ ହୋଇଛି । ଗୃହ ବିଭାଗ ପାଇଁ ୭୩୧୩.୬୧ କୋଟି ବ୍ୟୟ ବରାଦ ହୋଇଛି ।