ଜାନୁୟାରୀ ପାଇଁ ଗାଇଡଲାଇନ ଜାରି, ରାଜ୍ୟରେ ନୂଆବର୍ଷ ରୁ ଖୋଲିବ ସିନେମା ହଲ

ଭୁବନେଶ୍ୱର, ୩୦/୧୨: ରାଜ୍ୟ ସରକାରଙ୍କ ପକ୍ଷରୁ ଜାନୁୟାରୀ ପାଇଁ ଗାଇଡଲାଇନ ଜାରି ହୋଇଛି। ରାଜ୍ୟରେ ଖୋଲିବ ସିନେମା ହଲ ଓ ଥିଏଟର। ମୋଟ କ୍ଷମତାର ୫୦ ପ୍ରତିଶତ ସିଟରେ ବସିପାରିବେ ଦର୍ଶକ। କେନ୍ଦ୍ର ସରକାରଙ୍କ ଏସଓପି ଆଧାରରେ ରାଜ୍ୟରେ ସିନେମାହଲ ଖୋଲିବ।

ଜାନୁୟାରୀ ୩୧ ଯାଏଁ ଅଙ୍ଗନୱାଡି କେନ୍ଦ୍ର ବନ୍ଦ ରହିବ। ସେହିପରି ଅବରୋଧ ଅଞ୍ଚଳରେ ବଳବତ୍ତର ରହିବ ଲକଡାଉନ। ଜାନୁୟାରୀ ୩୧ ଯାଏଁ ଅନ୍ତର୍ଜାତୀୟ ବିମାନ ଉଡାଣ ବନ୍ଦ।
ସର୍ବାଧିକ ୨ ଶହ ଲୋକଙ୍କୁ ନେଇ ସାମାଜିକ, ଧାର୍ମିକ ଓ କ୍ରୀଡା ସମାବେଶ ହେବ।ବିବାହ ଉତ୍ସବରେ ୨୦୦ ଲୋକଙ୍କୁ ଅନୁମତି  ମିଳିଥିବା ବେଳେ ଅନ୍ତିମ ସଂସ୍କାରରେ ୧୦୦ ଲୋକଙ୍କୁ ଅନୁମତି ମିିଳିଛି। ଧାର୍ମିକ ଅନୁଷ୍ଠାନ ଖୋଲିବାକୁ ସ୍ଥାନୀୟ ପ୍ରଶାସନ ନିଷ୍ପତ୍ତି ନେବେ।