ଭିଜିଲାନ୍ସ ଜାଲରେ କୋଟିପତି ଯନ୍ତ୍ରୀ, ୩ କୋଟିରୁ ଅଧିକ ସମ୍ପତି ଠାବ

ଭୁବନେଶ୍ୱର,୨୪/୨: ଭିଜିଲାନ୍ସ ଜାଲରେ କୋଟିପତି ଯନ୍ତ୍ରୀ । ଆୟଠୁ ଅଧିକ ସମ୍ପତ୍ତି ଠୁଳ ଅଭିଯୋଗରେ ବାଲେଶ୍ୱର ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ ଅଜୟ ସେନାପତିଙ୍କ ଘରେ ଗତକାଲି ଚଢାଉ କରିଥିଲା ଭିଜିଲାନ୍ସ । ବାଲେଶ୍ୱର, ପୁରୀ, ଖୋର୍ଦ୍ଧାର ୭ଟି ସ୍ଥାନରେ ଏକକାଳୀନ ଚଢାଉ ହୋଇଥିଲା । ଚଢାଉ ବେଳେ କୋଟି କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି ଭିଜିଲାନ୍ସ । ୩ କୋଟିରୁ ଅଧିକ ଟଙ୍କାର ସ୍ଥାବର, ଅସ୍ଥାବର ସମ୍ପତ୍ତି ଠାବ କରାଯାଇଥିବା ସୂଚନା ମିଳିଛି।