ଭିଜିଲାନ୍ସ ଜାଲରେ ବାଲେଶ୍ୱର ପୂର୍ତ୍ତ ଡିଭିଜନ-୨ର ସହକାରୀ ଯନ୍ତ୍ରୀ

ଭୁବନେଶ୍ୱର,୨୩/୨ : ଭିଜିଲାନ୍ସ ଜାଲରେ ବାଲେଶ୍ୱର ପୂର୍ତ୍ତ ଡିଭିଜନ-୨ର ସହକାରୀ ଯନ୍ତ୍ରୀ । ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଆଜି ଏକକାଳୀନ ଅଜୟ କୁମାର ସେନାପତିଙ୍କ ସରକାରୀ କ୍ବାର୍ଟର ସମେତ ୭ଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ଚଢ଼ଉ ଚାଲିଛି। ଏନେଇ ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି। ଭୁବନେଶ୍ବର ଭିଜିଲାନ୍ସ ସ୍ୱତନ୍ତ୍ର ବିଚାରପତିଙ୍କ ଦ୍ବାରା ଜାରି ସର୍ଚ୍ଚ ୱାରେଣ୍ଟ୍ ବଳରେ ୪ ଜଣ ଡିଏସପି, ୧୦ ଇନ୍ସପେକ୍ଟର, ୨ ସବ୍-ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀଙ୍କ ନେତୃତ୍ୱରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଏକକାଳୀନ ଚଢ଼ଉ ଚାଲିଛ। ପୁରୀର ହରିଚଣ୍ଡୀ ସାହିର, ଦାମୋଦର ରୋ, ମଦନମୋହନ ଲେନରେ ଆବାସିକ ଘର, ଖୋର୍ଦ୍ଧାର ବାଲୁଗାଁରେ ଦୁଇ ମହଲା କୋଠା, ବାଣପୁରର ଭାଗବତ ସାହିରେ ଥିବା ପୈତୃକ ଘର ଟଟାଙ୍ଗୀରେ ଥିବା ସମ୍ପର୍କୀୟଙ୍କ ଘରେ ଚଢ଼ଉଜାରି ରହିଛି।