ଗୃହରେ ବିରୋଧୀଙ୍କ ହଟଗୋଳ, ଆସନ୍ତାକାଲି ସକାଳ ସାଢ଼େ ୧୦ଟା ପର୍ଯ୍ୟନ୍ତ ଗୃହ ମୁଲତବି

ଭୁବନେଶ୍ବର,୨୨/୨: ବିଧାନସଭା ବଜେଟ ଅଧିବେଶନର ଆଜି ଦ୍ଵିତୀୟ ଦିନ। ଅପରାହ୍ନରେ ବି ଗୃହରେ ହଟଗୋଳ ସୃଷ୍ଟି ହୋଇଛି। ଗୃହର ମଧ୍ୟଭାଗରେ ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟ ଆସି ନାରାବାଜି ଦେଇଥିଲେ। ଏହି ପରିପ୍ରେକ୍ଷୀରେ ଓଡ଼ିଶା ପ୍ରତି କେନ୍ଦ୍ରର ଅବହେଳା ନେଇ ବିଜେଡି ସଦସ୍ୟମାନେ ନିଜ ଆସନରେ ଛିଡା ହୋଇ ନାରାବାଜି କରିଥିଲେ। ଗୁରୁବାର ମୋସନ ଜରିଆରେ ବିରୋଧୀଙ୍କ ଦାବି ଆଲୋଚନା ହେବା ନେଇ ବାଚସ୍ପତିଙ୍କ ଘୋଷଣା ପରେ ବି ବିରୋଧୀଙ୍କ ହଟଗୋଳ କମି ନଥିଲା। ପ୍ଲାକାର୍ଡ ଧରି ନାରାବାଜିକୁ ଜାରି ରଖିଥିଲେ। ତଥାପି ହଟଗୋଳ ଲାଗି ରହିବାରୁ ଗୁରୁବାର ସକାଳ ସାଢ଼େ ୧୦ଟା ପର୍ଯ୍ୟନ୍ତ ବାଚସ୍ପତି ଗୃହକୁ ମୁଲତବି ଘୋଷଣା କରିଛନ୍ତି।