ହିଜାବ୍‌ ପିନ୍ଧି ପରୀକ୍ଷା ଦେବା ପାଇଁ ସୁପ୍ରିମକୋର୍ଟଙ୍କୁ ଅନୁମତି ମାଗିଲେ କର୍ଣ୍ଣାଟକ ଛାତ୍ରୀ

ନୂଆଦିଲ୍ଲୀ,୨୨/୨: ହିଜାବ ପିନ୍ଧି ପରୀକ୍ଷା ଦେବା ପାଇଁ ସୁପ୍ରିମ୍‌ କୋର୍ଟଙ୍କୁ ଅନୁମତି ମାଗିଲେ କର୍ଣ୍ଣାଟକ ଛାତ୍ରୀ ।ଏହାସହ ଦାଏର କରିଥିବା ପିଟିସନ୍‌ର ଜରୁରୀକାଳୀନ ଶୁଣାଣି ନିମନ୍ତେ ନିବେଦନ କରିଛନ୍ତି। ସୂଚନାଯୋଗ୍ୟ ଯେ ମାର୍ଚ୍ଚ ୯ ତାରିଖରେ କର୍ଣ୍ଣାଟକରେ ପ୍ରି-ୟୁନିଭର୍ସିଟି ପରୀକ୍ଷା ଆରମ୍ଭ କରାଯାଇପାରେ। ଭାରତର ପ୍ରଧାନ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼ କହିଛନ୍ତି ଯେ, ‘ହିଜାବ୍‌’ ପିନ୍ଧି ସରକାରୀ କଲେଜରେ ପରୀକ୍ଷା ଦେବା ଲାଗି ମୁସଲ୍‌ମାନ ଝିଅମାନେ ମଧ୍ୟବର୍ତ୍ତୀକାଳୀନ ଅନୁମତି ପାଇଁ କରିଥିବା ଆବଦେନକୁ ସେ ଜରୁରୀକାଳୀନ ଶୁଣାଣି ତାଲିକାଭୁକ୍ତ କରିବା ଓ ଖଣ୍ଡପୀଠ ଗଠନ କରିବା ଲାଗି ଚିନ୍ତା କରିବେ।