ବିଶ୍ବସ୍ତରୀୟ ହେବ ପାରାଦୀପ ବନ୍ଦର

ନୂଆଦିଲ୍ଲୀ, ୩୦/୧୨: ପାରାଦୀପ ବନ୍ଦର ନେଇ କେନ୍ଦ୍ର କ୍ୟାବିନେଟ ବୈଠକରେ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ବିଶ୍ବସ୍ତରୀୟ ହେବ ପାରାଦୀପ ବନ୍ଦର। ପାରାଦୀପ ବନ୍ଦରରେ ନିର୍ମାଣ ହେବ ୱେଷ୍ଟର୍ଣ୍ଣ ଡକ୍‌। ପାରାଦୀପ ବନ୍ଦରର ନବୀକରଣ ଓ ବିଶ୍ବସ୍ତରୀୟ ପାଇଁ ୩ ହଜାର କୋଟି ଖର୍ଚ୍ଚ ହେବ। ଏନେଇ କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ ମନସୁଖ ମଣ୍ଡଭିୟଙ୍କ ସୂଚନା ଦେଇଛନ୍ତି। ବଡ଼ ଜାହାଜକୁ ବନ୍ଦରକୁ ଆଣିବାକୁ ବଡ଼ ଡକ୍‌ ଦରକାର, ନବୀକରଣ ପରେ ପାରାଦୀପ ବନ୍ଦରକୁ ବଡ଼ ଜାହାଜ ଆସିପାରିବ ।