ବାଲେଶ୍ୱରରେ ଏସିଡ଼ ମାଡ଼, ୪ ଗୁରୁତର

ଭୁବନେଶ୍ୱର,୨୦/୨:ବାଲେଶ୍ୱର ସଦର ଥାନା ଅନ୍ତର୍ଗତ ଭୀମପୁରା ଅଞ୍ଚଳରେ  ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି । ଘରେ ପଶି ଜଣେ ଯୁବକ ୪ ଜଣଙ୍କୁ ଏସିଡ୍ ମାଡ କରିଛନ୍ତି । ଦୁଇ ଶିଶୁ ସମେତ ୪ ଜଣ ଗୁରୁତର ରହିଛନ୍ତି । ସେମାନଙ୍କୁ ବାଲେଶ୍ୱର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛିୟ । ପ୍ରେମ ବ୍ଯାପାର ଯୋଗୁଁ ଏପରି ଘଟିଥାଏ ବୋଲି ସନ୍ଦେହ ହେଉଛି । ତେବେ ପୋଲିସ ଏହିସବୁ ମାମଲର ତଦନ୍ତ ଜାରି ରଖିଛି ।