କଥା ଦେଇ ରଖିଲେ ନବୀନ, ବର୍ଷେ ଭିତରେ ଜିଲ୍ଲା ମାନ୍ୟତା ପାଇବ ପଦ୍ମପୁର

ଭୁବନେଶ୍ୱର,୧୯/୨: ଆଜି ପଦ୍ମପୁର ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପଦ୍ମପୁର ନିର୍ବାଚନ ସମୟରେ ଦେଇଥିବା ପ୍ରତିଶୃତି ପୂରା ହେବ । ଝାଡବନ୍ଧ କାର୍ଯ୍ୟକ୍ରମରେ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ବର୍ଷେ ଭିତରେ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ମିଳିବା ନେଇ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଝାଡବନ୍ଧରେ ଆୟୋଜିତ ହୋଇଥିବା ସଭାରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୧ଟି ପ୍ରବଳ୍ପର ଉଦଘାଟନ କରିଛନ୍ତି । ଏହା ସହ ବଡ ଘୋଷଣା କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ମୁଁ କଥାରେ ନୁହେଁ କାମରେ ବିଶ୍ୱାସ କରେ । ଗତ ଡିସେମ୍ବରରେ ମୁଁ ପଦମପୁରକୁ ସ୍ୱତନ୍ତ୍ର ଜିଲ୍ଲା ମାନ୍ୟତା ନେଇ ପ୍ରତିଶ୍ରୁତି ଦେଇଥିଲି । ଏକ ବର୍ଷ ମଧ୍ୟରେ ପଦମପୁରକୁ ସ୍ୱତନ୍ତ୍ର ଜିଲ୍ଲା ମାନ୍ୟତା ମିଳିବ । ସବୁ କାମ ସମୟ ଭିତରେ କରାଯିବ ବୋଲି ସେ କହିଛନ୍ତି ।