୩ ଘଣ୍ଟା ବିଳମ୍ବରେ ଉଠିଲା ଲିଙ୍ଗରାଜଙ୍କ ମହାଦୀପ

ଭୁବନେଶ୍ୱର,୧୯/୨: ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମରେ ଭକ୍ତିମୟ ହୋଇପଡିଥିଲା ଲିଙ୍ଗରାଜ ମନ୍ଦିର ପରିବେଶ । ଚଳିତ ବର୍ଷ ଲିଙ୍ଗରାଜ ମନ୍ଦିରରେ ୩ ଘଂଟା ବିଳମ୍ବରେ ଉଠିଛି ମହାଦୀପ । ରାତି ପ୍ରାୟ ୧.୧୦ ମିନିଟ୍ ସମୟରେ ମହାଦୀପ ଉଠିଥିଲା ।ରାତି ପାୟ ୩ ଟା ପର୍ଯ୍ୟନ୍ତ ଏକାମ୍ର କ୍ଷେତ୍ରରେ ଜନସମାଗମ ଦେଖିବାକୁ ମିଳିଥିଲା । ତେବେ ଏହାରି ଭିତରେ ଶେଷ ହୋଇଛି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମହାଶିବରାତ୍ରି ଓ ଜାଗରଯାତ୍ରା । ସୂଚନାଯୋଗ୍ୟ ଯେ ରାତି ୧୦ଟାରେ ମହାଦୀପ ଉଠିବ ବୋଲି ନିତି ନିର୍ଘଣ୍ଟ ହୋଇଥିଲା । କିନ୍ତୁ ନୀତିରେ ବିଳମ୍ବ ହେବା ଯୋଗୁଁ ମହାଦୀପ ଉଠିବାକୁ ୩ ଘଣ୍ଟା ବିଳମ୍ବ ହୋଇଥିଲା ।