ବିସିସିଆଇ ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମାଙ୍କ ଇସ୍ତଫା

ନୂଆଦିଲ୍ଲୀ,୧୭/୨: ବିସିସିଆଇ ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମା ନିଜ ପଦରୁ ଇସ୍ତଫା ଦେଇଛନ୍ତି । ବିସିସିଆଇ ସମ୍ପାଦକ ଜୟ ଶାହାଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଥିଲେ ଚେତନ । ଯାହାକୁ ବିସିସିଆଇ ସମ୍ପାଦକ ଗ୍ରହଣ କରିଛନ୍ତି । ଷ୍ଟିଙ୍ଗ ଅପରେସନରେ ଟିମ୍ ଇଣ୍ଡିଆରେ ସବୁ ଠିକ୍ ଚାଲିନଥିବା ନେଇ ଖୁଲାସା କରିଥିଲେ ଚେତନ ।ଏପରିକି ଅନେକ ଖେଳାଳୀ ଫିଟ୍ ରହିବାକୁ ଇଞ୍ଜେକସନ ନେଉଥିବା କହିଥିଲେ ଚେତନ । ସେହିଭଳି ବିରାଟ ଓ ରୋହିତଙ୍କୁ ନେଇ ମଧ୍ୟ ସେ ବଡ ବୟାନ ଦେଇଥିଲେ । ବିରାଟ କୋହଲିଙ୍କୁ ଅଧିନାୟକ ପଦରୁ ହଟାଇବାକୁ ମ୍ୟାନେଜମେଣ୍ଟ ଚାହୁଁଥିଲା ବୋଲି କହିଥିଲେ ଚେତନ ।