ଟିମ୍ ଇଣ୍ଡିଆର କ୍ରିକେଟର ପୃଥ୍ୱୀ ସ’ ଙ୍କ ଉପରେ ଆକ୍ରମଣ

ନୂଆଦିଲ୍ଲୀ,୧୬/୨: ଟିମ୍ ଇଣ୍ଡିଆର କ୍ରିକେଟର ପୃଥ୍ୱୀ ସ’ ଓ ତାଙ୍କ ବନ୍ଧୁଙ୍କ ଉପରେ ଆକ୍ରମଣ ହୋଇଛି। ତେବେ ଏହି ଘଟଣାରେ ପୋଲିସ ୮ ଜଣଙ୍କ ବିରୋଧରେ ମାମଲା ରୁଜୁ କରିିଛି ।ଅନ୍ୟପଟେ ପୃଥ୍ୱୀ ସ’ଙ୍କ ବନ୍ଧୁଙ୍କ କାର କ୍ଷତିଗ୍ରସ୍ତ ହୋଇଛି । ପୃଥ୍ୱୀ ସ ଏବଂ ତାଙ୍କ ବନ୍ଧୁଙ୍କ ଉପରେ ବେସବଲ୍ ଷ୍ଟିକ୍ ଜରିଆରେ ଆକ୍ରମଣ ହେବା ସହିତ ତାଙ୍କ କାରକୁ ମଧ୍ୟ ଭାଙ୍ଗିଦିଆଯାଇଛି ।

ସୂଚନା ଯୋଗ୍ୟ ଯେ ପୃଥ୍ୱୀ ସ’ ୨ ଜଣ ଲୋକଙ୍କ ସହ ସେଲଫି ନେଇଥିଲେ । ଏହାପରେ ସେଠାରେ ଉପସ୍ଥିତ ଥିବା ଅନ୍ୟ ଲୋକମାନେ ମଧ୍ୟ ତାଙ୍କ ସହ ସେଲଫି ନେବାକୁ କହିଥିଲେ । ହେଲେ ପୃଥ୍ୱୀ ସ କିନ୍ତୁ ସେଲଫି ନେବାକୁ ମନା କରିଦେଇଥିଲେ । ତେବେ ଏହାପରେ ପୃଥ୍ୱୀ ସ ଏବଂ ତାଙ୍କ ବନ୍ଧୁଙ୍କ ଉପରେ ଆକ୍ରମଣ ହୋଇଥିଲା ।