ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଚାଲିଗଲା ବାପା-ପୁଅର ଜୀବନ

ଭୁବନେଶ୍ୱର,୧୬/୨: ନୂଆପଡ଼ା  ଜିଲ୍ଲା ଲଖନା ଥାନା କୁସଦହନା ସ୍ଥିତ ବିଜୁ ଏକ୍ସପ୍ରେସ ୱେଠାରେ ଅଭାବନୀୟ ଘଟଣା ଘଟିଛି। ସେଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।  ବାଇକକୁ ପିଟିଛି ଟ୍ରକ୍। ଯାହାଫଳରେ ଘଟଣାସ୍ଥଳରେ ବାପ ଓ ପୁଅଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ବାଇକ୍ ଆରୋହୀ କୋମନା ଥାନା ମିଛାପାଲି ଗାଁର କମଳ ପାଟକୀନାରା (୩୫) ଓ ତାଙ୍କ ପୁଅ ଦୀପକ୍ ପାଟକିନାରା (୫) ବର୍ଷ ବୋଲି ଜଣାପଡ଼ିଛି। ଘଟଣା ସ୍ଥଳରେ ଲଖନା ପୁଲିସ୍ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଅଟକ ରଖିବା ସହ ଶବ ଜବତ କରି ଅଧିକ ତଦନ୍ତ କରୁଛି।