କ୍ରିକେଟରେ ସବୁ ଫର୍ମାଟରେ ଏକ ନମ୍ବରରେ ଭାରତ

ନୂଆଦିଲ୍ଲୀ,୧୫/୨: ଟେଷ୍ଟ, ଦିନିକିଆ, ଟି-୨୦ ତିନି ଫର୍ମାଟରେ ଭାରତ ଏକ ନମ୍ବର ସ୍ଥାନରେ ରହିଛି । ନାଗପୁର ଟେଷ୍ଟରେ ଅଷ୍ଟ୍ରେଲିଆକୁ ଏକ ପାଳି ଏବଂ ଶହେରୁ ଅଧିକ ରନରେ ହରାଇବା ପରେ କଙ୍ଗାରୁ ଦଳକୁ ପଛରେ ପକାଇ ଟେଷ୍ଟରେ ଏକ ନମ୍ବର ସ୍ଥାନରେ ଆସିଛି ଭାରତ ।

ପୂର୍ବରୁ ଭାରତ ଟି-୨୦ ଏବଂ ଦିନିକିଆ ଫର୍ମାଟରେ ଏକ ନମ୍ବରରେ ରହିଥିଲା । ଏବେ ଟେଷ୍ଟ ରାଙ୍କିଙ୍ଗରେ ଭାରତ ୧୧୫ ପଏଣ୍ଟ ସହ ଏକ ନମ୍ବରରେ ରହିଥିବା ବେଳେ ୧୧୧ ପଏଣ୍ଟ ସହ ଦ୍ୱିତୀୟରେ ଅଷ୍ଟ୍ରେଲିଆ ଏବଂ ୧୦୬ ପଏଣ୍ଟ ସହ ତୃତୀୟରେ ରହିଛି ଇଂଲଣ୍ଡ। ସେହିପରି ଦିନିକିଆ ରାଙ୍କିରେ ୧୧୪ ପଏଣ୍ଟ ସହ ଭାରତ ଏକ ନମ୍ବରରେ ରହିଛି । ଟି-୨୦ ଫର୍ମାଟରେ ଭାରତ ୨୬୭ ପଏଣ୍ଟ ସହ ଏକ ନମ୍ବରରେ ରହିଛି ।