କୁକୁରକୁ ଟ୍ୱିଟରର ସିଇଓ ଭାବେ ପରିଚିତ କରାଇଲେ ଏଲନ ମସ୍କ

ନୂଆଦିଲ୍ଲୀ,୧୫/୨: ଟୁଇଟରର ନୂଆ ମାଲିକାନା ଏଲନ ମସ୍କ ଏକ କୁକୁରକୁ ଟ୍ୱିଟରର ସିଇଓ ଭାବେ ପରିଚିତ କରାଇଛନ୍ତି । ଏହି କୁକୁରଟି ମସ୍କଙ୍କ ପାଳିତ କୁକୁର ଓ ଏହାର ନାମ ଫ୍ଲୋକି ବୋଲି କୁହାଯାଇଛି । ଏହା ପୂର୍ବରୁ ଟ୍ୱିଟରର ସିଇଓ ଥିଲେ ପରାଗ ଅଗ୍ରୱାଲ । ହେଲେ ଏଲନ ମସ୍କ ଟ୍ୱିଟରକୁ କିଣିବା ପରେ ପରାଗ ଅଗ୍ରୱାଲଙ୍କୁ ବାହାର କରିଦେଇଥିଲେ । ପରାଗଙ୍କୁ ହଟାଇବା ପରେ ଏବେ ଫ୍ଲୋକିକୁ ଟ୍ୱିଟରର ସିଇଓ ବୋଲି କହିଛନ୍ତି ମସ୍କ । ମସ୍କ ଅନୁଭବ କରିଛନ୍ତି କି ତାଙ୍କ କୁକୁର ଫ୍ଲୋକି ଅନ୍ୟ ସିଇଓଙ୍କ ତୁଳନାରେ ବେଶ୍ ଭଲ ।

ଏଲନ ମସ୍କ ସିଇଓ ଚେୟାରରେ ଫ୍ଲୋକିବୁ ବସାଇ ତାର ଏକ ଫଟୋ ସେୟାର କରିଛନ୍ତି । ଏହି ଫଟୋରେ ଫ୍ଲୋକି କଳାରଙ୍ଗର ଟି ସାର୍ଟ ପିନ୍ଧିଥିବାର ଦେଖିବାକୁ ମିଳିଛି । ଏହି ସାର୍ଟ ଉପରେ ସିଇଓ ବୋଲି ଲେଖାଯାଇଛି । ଫ୍ଲୋକି ବସିଥିବା ଚେୟାର ସାମ୍ନାରେ ପଡିଥିବା ଟେବୁଲରେ କିଛି ଡକ୍ୟୁମେଣ୍ଟ ରହିଛି । ଏହି ଫଟୋ ସେୟାର କରି ମସ୍କ ଲେଖିଛନ୍ତି କି ସିଇଓ ।